ରବି ଶାସ୍ତ୍ରୀ: ଟିମ୍‌ ନିର୍ଦ୍ଦେଶକରୁ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ପୁଣିଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ବଜାୟ ରଖିଛନ୍ତି ୫୭ ବର୍ଷୀୟ ରବି ଶାସ୍ତ୍ରୀ। ସେ ୨୦୨୧ ଯାଏ ଏହି ପଦରେ ରହିବେ। ୨୦୧୭ ମସିହାରେ ପୂର୍ବତନ ଅଲରାଉଣ୍ଡର ଶାସ୍ତ୍ରୀଙ୍କୁ ପ୍ରଥମଥର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ବା ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ୨୦୧୯ ବିଶ୍ୱକପ୍‌ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ଏହାକୁ ଆଉ ୪୫ ଦିନ ବୃଦ୍ଧି କରାଯାଇଥିଲା। ତେବେ ଶାସ୍ତ୍ରୀ ଓ ଟିମ୍‌ ଇଣ୍ଡିଆର ସମ୍ପର୍କ ୨୦୧୪ରୁ […]

r

Hemant Lenka
  • Published: Saturday, 17 August 2019
  • , Updated: 17 August 2019, 03:24 PM IST

ନୂଆଦିଲ୍ଲୀ: ପୁଣିଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ବଜାୟ ରଖିଛନ୍ତି ୫୭ ବର୍ଷୀୟ ରବି ଶାସ୍ତ୍ରୀ। ସେ ୨୦୨୧ ଯାଏ ଏହି ପଦରେ ରହିବେ। ୨୦୧୭ ମସିହାରେ ପୂର୍ବତନ ଅଲରାଉଣ୍ଡର ଶାସ୍ତ୍ରୀଙ୍କୁ ପ୍ରଥମଥର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ବା ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା।

୨୦୧୯ ବିଶ୍ୱକପ୍‌ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ଏହାକୁ ଆଉ ୪୫ ଦିନ ବୃଦ୍ଧି କରାଯାଇଥିଲା। ତେବେ ଶାସ୍ତ୍ରୀ ଓ ଟିମ୍‌ ଇଣ୍ଡିଆର ସମ୍ପର୍କ ୨୦୧୪ରୁ ଆରମ୍ଭ ହୋଇଥିଲା। ଶାସ୍ତ୍ରୀଙ୍କୁ ପ୍ରଥମେ ଟିମ୍‌ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ୨୦୧୪ ଅଗଷ୍ଟ ମାସରୁ ୨୦୧୬ ମାର୍ଚ୍ଚ ଯାଏ ସେ ଏହି ପଦରେ ଥିଲେ। ତାଙ୍କ ଅଧୀନରେ ଟିମ୍‌ ଇଣ୍ଡିଆ ୨୦୧୫ ବିଶ୍ୱକପ ସେମିଫାଇନାଲରେ ପରାସ୍ତ ହୋଇଥିଲା।

ସେହିପରି ୨୦୧୬ ଟି-୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ଠାରୁ ହାରିଥିଲା। ୨୦୧୭ରେ ଶାସ୍ତ୍ରୀ ମୁଖ୍ୟ କୋଚ୍‌ ହେବା ପରେ ଦଳ ୨୦୧୯ ବିଶ୍ୱକପ ସେମିଫାଇନାଲରେ ପରାସ୍ତ ହୋଇଥିଲା। ଶାସ୍ତ୍ରୀଙ୍କ ନେତୃତ୍ୱରେ ଦଳ ଏକଦା ଟେଷ୍ଟ ଓ ଦିନିକିଆରେ ୧ ନଂ ହୋଇପାରିଥିଲା। ୨୦୧୭ ଜୁଲାଇ ଠାରୁ ଭାରତ ୭ଟି ଟେଷ୍ଟ ସିରିଜ୍‌ରୁ ୫ଟିରେ ବାଜିମାତ କରିଛି। କେବଳ ଦକ୍ଷିଣ ଆଫ୍ରିକା ଠାରୁ ୨-୧ ଓ ଇଂଲଣ୍ଡ ଠାରୁ ୪-୧ରେ ଭାରତ ପରାଜିତ ହୋଇଥିଲା।

ଶାସ୍ତ୍ରୀଙ୍କ କୋଚିଂରେ ଟିମ୍‌ ଇଣ୍ଡିଆ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଜିତିଥିଲା। ୨୦୧୮ ଏସିଆ କପ୍‌ ମଧ୍ୟ ଦଳ କବଜା କରିଛି। ଶାସ୍ତ୍ରୀ ନିର୍ଦ୍ଦେଶକ ଓ କୋଚ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଟିମ୍‌ ଇଣ୍ଡିଆ ୧୨ଟି ଟେଷ୍ଟ ସିରିଜ୍‌ ଖେଳିଛି। ଏଥି ମଧ୍ୟରୁ ଭାରତ ୭ଟି ଜିତିଥିବା ବେଳେ ୪ଟିରେ ହାରିଛି ଏବଂ ଗୋଟିଏ ସିରିଜ ଡ୍ର' ରହିଛି।

୨୦୧୭ ଜୁଲାଇରୁ ଶାସ୍ତ୍ରୀ ମୁଖ୍ୟ କୋଚ୍‌ ଅଛନ୍ତି। ସେବେଠାରୁ ଦଳ ୨୧ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୧୧ଟିରେ ଜିତିଛି ଓ ୭ଟିରେ ହାରିଛି। ୩ଟି ମ୍ୟାଚ୍‌ ଡ୍ର ରହିଥିବା ବେଳେ ଜିତିବା ପ୍ରତିଶତ ହେଉଛି ୫୨.୩୮। ସେହିପରି ଦଳ ୬୩ଟି ଦିନିକିଆ ମ୍ୟାଚ ଖେଳି ୪୫ଟିରେ ଜିତିଛି ଓ ୧୫ଟିରେ ହାରିଛି।

ଗୋଟିଏ ମ୍ୟାଚର ଫଳାଫଳ ବାହାରି ନଥିବା ବେଳେ ୨ଟି ଟାଏରେ ଶେଷ ହୋଇଛି। ଦିନିକିଆରେ ମ୍ୟାଚ୍‌ ୱିନିଂ ପ୍ରତିଶତ ହେଉଛି ୭୪.୧୯। ଟି-୨୦ରେ ଟିମ୍‌ ଇଣ୍ଡିଆ ୩୭ଟି ମ୍ୟାଚ୍‌ରୁ ୨୫ଟିରେ ଜିତିଛି। ୧୧ଟି ମ୍ୟାଚରେ ହାରିଛି ଓ ଗୋଟିଏ ମ୍ୟାଚ୍‌ର ଫଳାଫଳ ପ୍ରକାଶ ପାଇନାହିଁ। ଟି-୨୦ରେ ବିଜୟ ପ୍ରତିଶତ ୬୯.୪୪ ରହିଛି।

ଶାସ୍ତ୍ରୀ ମୁଖ୍ୟ କୋଚ ଥିବା ବେଳେ ୫ରୁ ଅଧିକ ଦଳ ଥିବା ସିରିଜ୍‌ରେ ଭାରତ ସବୁଠାରୁ ଭଲ ପ୍ରଦର୍ଶନ କରିଛି। ୧୫ଟି ମ୍ୟାଚ୍‌ରୁ ଦଳ ୧୨ଟିରେ ଜିତିଥିବା ବେଳେ୨ଟି ହାରିଛି। ଗୋଟିଏ ମ୍ୟାଚ୍‌ ଟାଏ'ରେ ଶେଷ ହୋଇଥିଲା।

Related story