ସଚିନ, ସୌରଭ, ଲକ୍ଷ୍ମଣଙ୍କ ବିନା କୋହଲି କୋଚ୍‌ ନିଯୁକ୍ତି ନିଜେ କରନ୍ତୁ: ଗାଭାସ୍କରଙ୍କ କଟାକ୍ଷ

ଅନିଲ କୁମ୍ବଲେ ଓ ବିରାଟ କୋହଲିଙ୍କ ମଧ୍ୟରେ ମତାନ୍ତର ଏତେ ବଢିଯାଇଥିଲା ଯେ ଶେଷରେ କୁମ୍ବଲେ କୋଚ୍‌ ପଦ ଛାଡିବାକୁ ବାଧ୍ୟ ହୋଇଥିଲେ। ଫଳରେ ବିନା କୋଚ୍‌ରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ଖେଳିବା ପାଇଁ ଗସ୍ତ କରିଛି। ଏଭଳି ପରିସ୍ଥିତିରେ ଟିମ୍‌ରେ ଏବେ ସବୁକିଛି ଠିକ୍‌ ଚାଲି ନ ଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ କିମ୍ବଦନ୍ତି କ୍ରିକେଟ୍‌ ଖେଳାଳି ସୁନିଲ ଗାଭାସ୍କର ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ଟିମ୍ […]

india1

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 04:52 PM IST

ଅନିଲ କୁମ୍ବଲେ ଓ ବିରାଟ କୋହଲିଙ୍କ ମଧ୍ୟରେ ମତାନ୍ତର ଏତେ ବଢିଯାଇଥିଲା ଯେ ଶେଷରେ କୁମ୍ବଲେ କୋଚ୍‌ ପଦ ଛାଡିବାକୁ ବାଧ୍ୟ ହୋଇଥିଲେ। ଫଳରେ ବିନା କୋଚ୍‌ରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ଖେଳିବା ପାଇଁ ଗସ୍ତ କରିଛି। ଏଭଳି ପରିସ୍ଥିତିରେ ଟିମ୍‌ରେ ଏବେ ସବୁକିଛି ଠିକ୍‌ ଚାଲି ନ ଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ କିମ୍ବଦନ୍ତି କ୍ରିକେଟ୍‌ ଖେଳାଳି ସୁନିଲ ଗାଭାସ୍କର ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ଟିମ୍ ଇଣ୍ଡିଆର ଅଧିନାୟକଙ୍କ ଇଛା ଅନୁସାରେ ଯଦି କୋଚ୍‌ ତୟ ହେବ ତାହାଲେ ଆଡଭାଇଜରି କମିଟି କଣପାଇଁ ଅଛି। ଏହି କମିଟିରେ ସଚିନ, ସୌରଭ ଓ ଲକ୍ଷ୍ମଣଙ୍କ କାମ ଆଉ କିଛି ନାହିଁ ବୋଲି ବିରାଟଙ୍କୁ ତାତ୍ସଲ୍ୟ କରି ଗାଭାସ୍କର କହିଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଆଡଭାଇଜରି କମିଟିର ମତ ଅନୁସାରେ କୋଚ୍ ନିଯୁକ୍ତି ହେବା କଥା। ହେଲେ ଚାମ୍ପିୟନ୍ସ ଟ୍ରଫି ସମୟରେ ଆଡଭାଇଜରି କମିଟି ବିରାଟ ଓ କୁମ୍ବଲେଙ୍କୁ ଭିନ୍ନ ଭିନ୍ନ ସମୟରେ ଭେଟିଥିଲେ। ଏବଂ ପରେ କୁମ୍ବଲେଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଆଡଭାଇଜରି କମିଟ୍ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ନିଷ୍ପତ୍ତିକୁ କୋହଲି ନାପସନ୍ଦ କରିଥିଲେ।

Related story