ନୂଆଦିଲ୍ଲୀ: କିଙ୍ଗସ ଇଲେଭେନ ପଞ୍ଜାବର ବିସ୍ପୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଚଳିତ ଆଇପିଏଲରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଆଇପିଏଲରେ ୪ହଜାର ରନ ପୂରଣ କରି ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଗେଲ ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ ଆଇପିଏଲରେ ୪ହଜାର ରନ କରିଛନ୍ତି।
ତାଙ୍କ ପୂର୍ବରୁ ଡେଭିଡ ୱାର୍ଣ୍ଣର ଏହି କାରନାମା କରିସାରିଛନ୍ତି। ଗେଲଙ୍କୁ ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ମାତ୍ର ୬ ରନ ଆବଶ୍ୟକ ହେଉଥିଲା ଏବଂ ସେ ସିଙ୍କଲ ନେଇ ଏହାକୁ ପୂରଣ କରିଥିଲେ। ଆଇପିଏଲରେ ଦ୍ରୁତ ୪ହଜାର ରନ କରିବାରେ ଗେଲ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏଥିପାଇଁ ସେ ମାତ୍ର ୧୧୨ ଇନିଂସର ସହାୟତା ନେଇଛନ୍ତି।
ଆଇପିଏଲରେ ସର୍ବାଧିକ ରନର ରେକର୍ଡ ସୁରେଶ ରାଇନାଙ୍କ ନାମରେ ରହିଛି। ରାଇନା ୩୪.୨୭ ହାରରେ ୫୦୦୪ ରନ୍ କରିଛନ୍ତି। ତାଙ୍କ ପଛକୁ ବିରାଟ କୋହଲି ୩୮.୧୦ ହାରରେ ୪୯୫୪ ରନ କରି ଦ୍ୱିତୀୟରେ ଅଛନ୍ତି। ଗେଲଙ୍କ ବ୍ୟତୀତ ରୋହିତ ଶର୍ମା, ଗୌତମ ଗମ୍ଭୀର, ରବିନ ଉଥାପ୍ପା, ଶିଖର ଧୱନ ମଧ୍ୟ ଆଇପିଏଲରେ ୪ହଜାର ରନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।