ଗେଲଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ୧୮୪/୪

ଜୟପୁର: ଚଳିତ ଆଇପିଏଲର ଚତୁର୍ଥ ମ୍ୟାଚ ସୋମବାର ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କ୍ରିସ ଗେଲଙ୍କ ବିସ୍ଫୋରକ ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୮୪ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ରାଜସ୍ଥାନକୁ ନିର୍ଦ୍ଧାରିତ ଓଭରରେ ୧୮୫ ରନ କରିବାକୁ ପଡ଼ିବ। ପଞ୍ଜାବ ପକ୍ଷରୁ ଗେଲ ସର୍ବାଧିକ ୭୯ (୪୭ ବଲ, ୮ ଚୌକା, […]

chris

chris

Ranjit Kumar Jena
  • Published: Monday, 25 March 2019
  • Updated: 25 March 2019, 09:48 PM IST

Sports

Latest News

ଜୟପୁର: ଚଳିତ ଆଇପିଏଲର ଚତୁର୍ଥ ମ୍ୟାଚ ସୋମବାର ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କ୍ରିସ ଗେଲଙ୍କ ବିସ୍ଫୋରକ ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୮୪ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ରାଜସ୍ଥାନକୁ ନିର୍ଦ୍ଧାରିତ ଓଭରରେ ୧୮୫ ରନ କରିବାକୁ ପଡ଼ିବ।

ପଞ୍ଜାବ ପକ୍ଷରୁ ଗେଲ ସର୍ବାଧିକ ୭୯ (୪୭ ବଲ, ୮ ଚୌକା, ୪ ଛକା) ରନ୍ କରିଛନ୍ତି। ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ପକ୍ଷରୁ ଗେଲ ଓ ଲୋକେଶ ରାହୁଲ ଇନିଂସ ଓପନ କରିବାକୁ ଆସିଥିଲେ। ତେବେ ଦଳକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ଲଗାତାର ଖରାପ ଫର୍ମରେ ଥିବା ରାହୁଲ ମାତ୍ର ୪ ରନ କରି ଧୱଲ କୁଲକର୍ଣ୍ଣିଙ୍କ ବଲରେ ଆଉଟ ହୋଇଥିଲେ।

ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ ଗେଲଙ୍କୁ ଭଲ ସହଯୋଗ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ ପାଇଁ ୫୬ ରନର ପାର୍ଟନରଶିପ କରିଥିଲେ। ଦଳର ସ୍କୋର ୬୦ ଥିବା ବେଳେ ମୟଙ୍କ (୨୨)ଙ୍କୁ କ୍ରିଷ୍ଣାପ୍ପା ଗୌତମ ଆଉଟ କରି ରାଜସ୍ଥାନକୁ ଦ୍ୱିତୀୟ ସଫଳତା ଦେଇଥିଲେ। ୧୦ ଓଭର ପର୍ଯ୍ୟନ୍ତ ଗେଲ ଧିମା ବ୍ୟାଟିଂ କରିଥିଲେ। କିନ୍ତୁ ଏହା ପରେ ସେ ଦ୍ରୁତ ରନ ସଂଗ୍ରହ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ।

ଏହା ମଧ୍ୟରେ ଗେଲ ମାତ୍ର ୩୩ ବଲରେ ନିଜର ୨୫ତମ ଆଇପିଏଲ ଅର୍ଦ୍ଧଶତକ ପୂରଣ କରିଥିଲେ। ଗେଲଙ୍କୁ ମଧ୍ୟ ଯୁବ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାନ ଆବଶ୍ୟକୀୟ ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ ପାଇଁ ୮୪ ରନ ଯୋଡ଼ିଥିଲେ। ଗେଲ ଧୀରେ ଧୀରେ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଷ୍ଟୋକ୍ସ ତାଙ୍କୁ ଆଉଟ କରି ପଞ୍ଜାବ ରନରେ ଅଙ୍କୁଶ ଲଗାଇଥିଲେ। ଗେଲଙ୍କ ଆଉଟ ପରେ ପଞ୍ଜାବର ରନ ଗତି ହ୍ରାସ ପାଇଥିଲା।

ସର୍ଫରାଜ ଶେଷ ପର୍ଯ୍ୟନ୍ତ ଜମି ରହି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସର୍ଫରାଜ ୨୯ ବଲରେ ୬ ଚୌକା ଓ ୧ ଛକା ସହ ୪୬ ଓ ମନଦୀପ ସିଂହ ୫ ରନ କରି ଅପରାଜିତ ଥିଲେ। ନିକୋଲାସ ପୂରାନ ୧୨ ରନ୍ କରି ଆଉଟ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ବେନ ଷ୍ଟୋକ୍ସ ୨ଟି, କୁଲକର୍ଣ୍ଣି ଓ ଗୌତମ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story