ଗେଲଙ୍କ ୫୦୦ ଛକା ରେକର୍ଡ

ସେଣ୍ଟ ଜର୍ଜ:ୟୁନିଭର୍ସାଲ୍ ବସ୍ କ୍ରିସ୍ ଗେଲ୍ ଏଠାରେ ନିଜର ୨୫ତମ ଶତକ ହାସଲ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଗେଲ ମାତ୍ର ୫୫ ବଲରେ ଶତକ ମାରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦୦ ଛକା ମାରିବାର ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ନିଜର ୧୬୨ ରନର ମାରାଥନ ଇନିଂସ୍ ମଧ୍ୟରେ ୧୪ ଛକା ମାରିଛନ୍ତି। ଦିନିକିଆରେ ଗେଲଙ୍କ ଛକା ସଂଖ୍ୟା ୩୦୫ରେ ପହଞ୍ଚିଛି। ତାଙ୍କ ପଛକୁ ପାକିସ୍ତାନର ଶାହିଦ […]

gayle

gayle

Subrat Kumar Nayak
  • Published: Thursday, 28 February 2019
  • Updated: 28 February 2019, 05:45 PM IST

Sports

Latest News

ସେଣ୍ଟ ଜର୍ଜ:ୟୁନିଭର୍ସାଲ୍ ବସ୍ କ୍ରିସ୍ ଗେଲ୍ ଏଠାରେ ନିଜର ୨୫ତମ ଶତକ ହାସଲ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଗେଲ ମାତ୍ର ୫୫ ବଲରେ ଶତକ ମାରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦୦ ଛକା ମାରିବାର ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

ସେ ନିଜର ୧୬୨ ରନର ମାରାଥନ ଇନିଂସ୍ ମଧ୍ୟରେ ୧୪ ଛକା ମାରିଛନ୍ତି। ଦିନିକିଆରେ ଗେଲଙ୍କ ଛକା ସଂଖ୍ୟା ୩୦୫ରେ ପହଞ୍ଚିଛି। ତାଙ୍କ ପଛକୁ ପାକିସ୍ତାନର ଶାହିଦ ଆଫ୍ରିଦି ମୋଟ ୩୫୧ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହାଛଡ଼ା ଗେଲ୍ ଟେଷ୍ଟରେ ୯୮ ଏବଂ ଟି-୨୦ରେ ୧୦୩ ଛକା ମାରିଛନ୍ତି।

ଗେଲ ମଧ୍ୟ ଦିନିକିଆରେ ୧୦ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି। ସେ ୱିଣ୍ଡିଜର ଦ୍ୱିତୀୟ ଏବଂ ବିଶ୍ୱର ୧୪ତମ ବ୍ୟାଟ୍ସମ୍ୟାନ୍ ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୱିଣ୍ଡିଜର କିମ୍ବଦନ୍ତୀ ବ୍ରାଏନ୍ ଲାରା ମଧ୍ୟ ଏହି ଏଲିଟ୍ ଲିଷ୍ଟରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos