ଗୋଆର ପ୍ରତିଭାବାନ ଷ୍ଟ୍ରାଇକର୍ କରିସ୍ମାଙ୍କ ଚମକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୋଆ ୟୁନିଭର୍ସିଟିର ଷ୍ଟାର୍ ଫୁଟବଲର୍ କରିସ୍ମା ଶିର୍ଭୋଇକର ନିଜର ଯାଦୁଗରୀ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଚଳିତ କ୍ରୀଡ଼ାରେ ଗୋଆ ୟୁନିଭର୍ସିଟିର ଏହି ଫୁଟବଲର କିଟ୍ ୟୁନିଭର୍ସିଟି ବିପକ୍ଷ ମ୍ୟାଚରେ ଚାରୋଟି ଗୋଲ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କଷ୍ଟସାଧ୍ୟ ସ୍ଥିତିରେ କରିସ୍ମା ଯେଉଁଭଳି ପ୍ରଦର୍ଶନ କଲେ, ତାହା ନିଶ୍ଚିତ ପ୍ରଶଂସାଯୋଗ୍ୟ। ମ୍ୟାଚରେ ଏକ ସମୟରେ ଗୋଆ ୟୁନସିଭର୍ସିଟିର ବେଞ୍ଚ୍ ଏବଂ ସପୋର୍ଟ ଷ୍ଟାଫ୍ ଚିନ୍ତିତ […]

karishma

karishma

Ranjit Kumar Jena
  • Published: Thursday, 27 February 2020
  • Updated: 27 February 2020, 07:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୋଆ ୟୁନିଭର୍ସିଟିର ଷ୍ଟାର୍ ଫୁଟବଲର୍ କରିସ୍ମା ଶିର୍ଭୋଇକର ନିଜର ଯାଦୁଗରୀ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଚଳିତ କ୍ରୀଡ଼ାରେ ଗୋଆ ୟୁନିଭର୍ସିଟିର ଏହି ଫୁଟବଲର କିଟ୍ ୟୁନିଭର୍ସିଟି ବିପକ୍ଷ ମ୍ୟାଚରେ ଚାରୋଟି ଗୋଲ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

କଷ୍ଟସାଧ୍ୟ ସ୍ଥିତିରେ କରିସ୍ମା ଯେଉଁଭଳି ପ୍ରଦର୍ଶନ କଲେ, ତାହା ନିଶ୍ଚିତ ପ୍ରଶଂସାଯୋଗ୍ୟ। ମ୍ୟାଚରେ ଏକ ସମୟରେ ଗୋଆ ୟୁନସିଭର୍ସିଟିର ବେଞ୍ଚ୍ ଏବଂ ସପୋର୍ଟ ଷ୍ଟାଫ୍ ଚିନ୍ତିତ ହୋଇପଡ଼ିଥିଲେ, କାରଣ ମୁକାବିଲା ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏପରି ଲାଗୁଥିଲା ଯେପରି ବିଜୟ ପାଇଁ ଗୋଟିଏ ଗୋଲ ହିଁ ଯଥେଷ୍ଟ। କିନ୍ତୁ ଟିମର ମୁଖ୍ୟ କୋଚ୍ ଗିରିଦେବୀ ଦେଶାଇ ଶାନ୍ତଚିତ ଥିଲେ ଏବଂ ସେ ଜାଣିଥିଲେ ଯେ ତାଙ୍କ ଟିମ ପାଖରେ କରିସ୍ମାଙ୍କ ଭଳି ଟ୍ରମ୍ପକାର୍ଡ ଉପସ୍ଥିତ ଅଛନ୍ତି, ଯିଏ କୌଣସି ମୁହୂର୍ତ୍ତରେ ମ୍ୟାଚର ଗତିପଥ ବଦଳାଇ ଦେଇପାରିବ।

କିଛି ସମୟ ଭିତରେ ଠିକ୍ ସେୟା ହିଁ ଘଟିଥିଲା। କରିସ୍ମା ନିଜର ଦମଦାର ଷ୍ଟ୍ରାଇକ୍ ବଳରେ ପ୍ରତିପକ୍ଷ ଦଳ ବିପକ୍ଷରେ ଲଗାତର ୪ଟି ଗୋଲ୍ ସ୍କୋର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ତେବେ ତାଙ୍କର ଏହି ପ୍ରତିଭା ବହୁ ପୂର୍ବରୁ ଜଣାପଡ଼ିଥିଲା। ସେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ଫୁଟବଲ ଖେଳିବା ଆରମ୍ଭ କରିଥିଲେ। ତାଙ୍କୁ ମଧ୍ୟ ସ୍ପେନରେ ପାଲାମୋଜ ସିଏଫ୍ ସହ ପ୍ରଶିକ୍ଷଣ ନେବା ପାଇଁ ଚୟନ କରାଯାଇଥିଲା।

ଜଣେ କମ୍ ବୟସ୍କଙ୍କ ପାଇଁ ଏହା ଏକ ବଡ଼ ଉପଲବ୍ଧି ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କରିସ୍ମାଙ୍କୁ ନେଇ ଟିମର କୋଚ୍ ଗିରିଦେବୀ ଦେଶାଇ କହିଛନ୍ତି, କରିସ୍ମା ଜଣେ ପ୍ରତିଭାଶାଳୀ ଖେଳାଳି। ସେ ଯେତେ ଅଧିକ ସୁଯୋଗ ପାଇବେ, ସେତେ ନିଜକୁ ମାର୍ଜିତ କରିପାରିବେ। ତେଣୁ ଏଥିପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସକୁ କୃତଜ୍ଞତା ଦିଆଯିବା ଦରକାର। କ୍ରୀଡ଼ାବିତମାନଙ୍କୁ ଗ୍ରାଉଣ୍ଡରେ ଅଧିକ ସମୟ ବିତାଇବା ଆବଶ୍ୟକ। ଏହା ହେଲେ ସେମାନେ ନିଜର ଶକ୍ତି ଓ ଦୁର୍ବଳତା ବିଷୟରେ ଅବଗତ ହୋଇପାରିବେ ବୋଲି ଦେଶାଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story