ମହିଳା ବିରୋଧୀ ଟିପ୍ପଣି ଦେଇଥିବା ପାଣ୍ଡ୍ୟାଙ୍କୁ ଲାଗିଲା ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ:ମହିଳାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଟିମ୍‌ ଇଣ୍ଡିଆରୁ ନିଲମ୍ବିତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ମୁମ୍ବାଇର ଖାର୍‌ ଜିମ୍‌ଖାନା ହାର୍ଦ୍ଦିକଙ୍କଠାରୁ ସ୍ପୋର୍ଟଷ କ୍ଲବ୍‌ (ମେମ୍ବରସିପ୍‌) ସଦସ୍ୟତା ପ୍ରତ୍ୟାହାର କରିନେଇଛି। ଟିଭି ଶୋ’ କଫି ୱିଇଥ୍‌ କରନ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଟିପ୍ପଣି ଦେଇ ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲ। ଉଭୟଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଉଭୟଙ୍କୁ ଅଷ୍ଟ୍ରେଲିଆ ଗସ୍ତର ଅଧାରୁ ସ୍ୱଦେଶ ଫେରାଇ […]

638149-pandya-style-twitter

Tapas Behera
  • Published: Thursday, 17 January 2019
  • , Updated: 17 January 2019, 11:58 AM IST

ନୂଆଦିଲ୍ଲୀ:ମହିଳାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଟିମ୍‌ ଇଣ୍ଡିଆରୁ ନିଲମ୍ବିତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ମୁମ୍ବାଇର ଖାର୍‌ ଜିମ୍‌ଖାନା ହାର୍ଦ୍ଦିକଙ୍କଠାରୁ ସ୍ପୋର୍ଟଷ କ୍ଲବ୍‌ (ମେମ୍ବରସିପ୍‌) ସଦସ୍ୟତା ପ୍ରତ୍ୟାହାର କରିନେଇଛି। ଟିଭି ଶୋ’ କଫି ୱିଇଥ୍‌ କରନ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଟିପ୍ପଣି ଦେଇ ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲ।

ଉଭୟଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଉଭୟଙ୍କୁ ଅଷ୍ଟ୍ରେଲିଆ ଗସ୍ତର ଅଧାରୁ ସ୍ୱଦେଶ ଫେରାଇ ଅଣାଯାଇଛି। ଖାର୍‌ ଜିମ୍‌ଖାନାର କହିବା ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ୨୦୧୮ରୁ  ୩ ବର୍ଷ ପାଇଁ ସଦସ୍ୟତା ଥିଲା।

କିନ୍ତୁ ପାଣ୍ଡ୍ୟାଙ୍କ ବିରୋଧରେ ଆପତ୍ତିଜନକ ଅଭିଯୋଗ ଆସିବା ପରେ ତାଙ୍କ ସଦସ୍ୟ ପଦ ପ୍ରତ୍ୟାହାର କରିନେବା ପାଇଁ ନିଷ୍ପତ୍ତି ହୋଇଛି। ଖାଲି ସେତିକି ନୁହେଁ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ପାଣ୍ଡ୍ୟାଙ୍କ ସହ ଚୁକ୍ତି ବାତିଲ କରିଛନ୍ତି।

Related story