ଏଫଆଇଜି ବିଶ୍ୱକପ୍: ପାରାଲାଲ୍ ବାର୍‌ସ ଫାଇନାଲରେ ରାକେଶ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ସ୍ଲୋଭେନିଆର କୋପରଠାରେ ଚାଲିଥିବା ଏଫଆଇଜି ୱାର୍ଲ୍ଡ କପର ପାରାଲାଲ୍ ବାର୍‌ସ ଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ଓଡ଼ିଶାର ଏହି ତାରକା ଜିମ୍ନାଷ୍ଟ ୧୩.୨୫୦ ସ୍କୋର ସହ କ୍ୱାଲିଫିକେସରେ ଅଷ୍ଟମ ସ୍ଥାନରେ ରହିଥିଲେ। ଶୀର୍ଷ ୮ ଖେଳାଳି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପଦକ ଜିତିବା ପାଇଁ ରାକେଶଙ୍କୁ ଫାଇନାଲରେ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ। କୋପରରେ ଚାଲିଥିବା ଏହି ଏଫଆଇଜି ବିଶ୍ୱକପ୍ ୭ ବିଶ୍ୱ ଚ୍ୟାଲେଞ୍ଜ କପ ସିରିଜର ତୃତୀୟ […]

rakesh

Hemant Lenka
  • Published: Saturday, 01 June 2019
  • , Updated: 01 June 2019, 07:08 PM IST

ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ସ୍ଲୋଭେନିଆର କୋପରଠାରେ ଚାଲିଥିବା ଏଫଆଇଜି ୱାର୍ଲ୍ଡ କପର ପାରାଲାଲ୍ ବାର୍‌ସ ଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ଓଡ଼ିଶାର ଏହି ତାରକା ଜିମ୍ନାଷ୍ଟ ୧୩.୨୫୦ ସ୍କୋର ସହ କ୍ୱାଲିଫିକେସରେ ଅଷ୍ଟମ ସ୍ଥାନରେ ରହିଥିଲେ। ଶୀର୍ଷ ୮ ଖେଳାଳି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ପଦକ ଜିତିବା ପାଇଁ ରାକେଶଙ୍କୁ ଫାଇନାଲରେ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ। କୋପରରେ ଚାଲିଥିବା ଏହି ଏଫଆଇଜି ବିଶ୍ୱକପ୍ ୭ ବିଶ୍ୱ ଚ୍ୟାଲେଞ୍ଜ କପ ସିରିଜର ତୃତୀୟ ପର୍ଯ୍ୟାୟ। ରବିବାର ପାରାଲାଲ୍ ବାର୍‌ସ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ।

Related story