ହାର୍ଦ୍ଦିକ ଧମାକା, ମାତ୍ର ୩୭ ବଲରେ ମାରିଲେ ଶତକ

ମୁମ୍ବାଇ: ୬ମାସ ଧରି କ୍ରିକେଟ୍ ମଇଦାନରୁ ଦୂରରେ ଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଡିୱାଇ ପାଟିଲ୍ ଟି-୨୦ କପରେ ଧମାକା କରିଛନ୍ତି। ରିଲାଏନ୍ସ ୱାନ୍ ପକ୍ଷରୁ ଖେଳୁଥିବା ହାର୍ଦ୍ଦିକ ମଙ୍ଗଳବାର ସିଏଜି ବିପକ୍ଷ ମ୍ୟାଚରେ ମାତ୍ର ୩୭ ବଲରେ ଧୂଆଁଧାର ଶତକ ମାରି ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପାଇଁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହାର୍ଦ୍ଦିକ ପ୍ରଥମ ୨୦ ବଲ୍ ଭିତରେ ସତର୍କତାର ସହ ବ୍ୟାଟିଂ କରିଥିଲେ, କିନ୍ତୁ ଏହା […]

hardik

hardik

Ranjit Kumar Jena
  • Published: Tuesday, 03 March 2020
  • Updated: 03 March 2020, 08:57 PM IST

Sports

Latest News

ମୁମ୍ବାଇ: ୬ମାସ ଧରି କ୍ରିକେଟ୍ ମଇଦାନରୁ ଦୂରରେ ଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଡିୱାଇ ପାଟିଲ୍ ଟି-୨୦ କପରେ ଧମାକା କରିଛନ୍ତି। ରିଲାଏନ୍ସ ୱାନ୍ ପକ୍ଷରୁ ଖେଳୁଥିବା ହାର୍ଦ୍ଦିକ ମଙ୍ଗଳବାର ସିଏଜି ବିପକ୍ଷ ମ୍ୟାଚରେ ମାତ୍ର ୩୭ ବଲରେ ଧୂଆଁଧାର ଶତକ ମାରି ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପାଇଁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ହାର୍ଦ୍ଦିକ ପ୍ରଥମ ୨୦ ବଲ୍ ଭିତରେ ସତର୍କତାର ସହ ବ୍ୟାଟିଂ କରିଥିଲେ, କିନ୍ତୁ ଏହା ପରେ ସେ ସିଏଜି ବୋଲରଙ୍କୁ ନିର୍ଧୁମ୍ ଧୁଲେଇ କରିଥିଲେ। ସେ ଏହି ମ୍ୟାଚରେ ଛକା ଓ ଚୌକାର ବର୍ଷା କରିବା ସହ ନିଜ ଟିମକୁ ୨୦ ଓଭରରେ ୫ ୱିକେଟରେ ୨୨୫ ରନରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ମାତ୍ର ୩୯ ବଲରେ ଦ୍ରୁତ ୧୦୫ ରନର ଇନିଂସ୍ ଖେଳି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ। ହାର୍ଦ୍ଦିକ ନିଜର ଏହି ବିସ୍ଫୋରକ ଇନିଂସରେ ୮ ଚୌକା ଓ ୧୦ ଛକା ମାରିଛନ୍ତି।


ମ୍ୟାଚ୍ ପରେ ହାର୍ଦ୍ଦିକ କହିଥିଲେ ଯେ, ସେ ୬ମାସ କ୍ରିକେଟରୁ ବାହାରେ ରହିବା ପରେ ବର୍ତ୍ତମାନ ଯେଉଁଭଳି କମବ୍ୟାକ୍ କରିଛନ୍ତି, ସେଥିରେ ବହୁତ ଖୁସି। ଦୁର୍ବଳ ବଲ୍ ମିଲିଲେ, ତା'କୁ ମୁଁ ନିସ୍ତାର କରେ ନାହିଁ। ମୁଁ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଉଦ୍ଦେଶ୍ୟରେ ମଇଦାନକୁ ଆସିନଥାଏ। କ୍ରିଜରେ ସେଟ୍ ହେଲା ପରେ ଆପେ ଆପେ ସବୁକିଛି ମୋ ସପକ୍ଷରେ ଆସିଥାଏ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ହାର୍ଦ୍ଦିକ ଆହତରୁ କମବ୍ୟାକ୍ କରି ନିଜର ପ୍ରଥମ ମ୍ୟାଚରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ମୁକାବିଲାରେ ମାତ୍ର ୨୫ ବଲରେ ୩୮ ରନ୍ ସଂଗ୍ରହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos