ଭାରତର ଜାକ୍ କାଲିସ୍ ହେବାକୁ ଚାହାଁନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତର ଜାକ୍ କାଲିସ୍ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯୁବ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା। ସେ କହିଛନ୍ତି,‘ ଦକ୍ଷିଣ ଆଫ୍ରିକାର ଜାକ୍ କାଲିସ୍ ମୋ ଆଦର୍ଶ। ମୁଁ ତାଙ୍କ ଭଳି ଖେଳିବାକୁ ଚାହେଁ। କାରଣ କାଲିସ୍ ଦକ୍ଷିଣ ଆଫ୍ରିକା ପାଇଁ ଯାହା କରିଛନ୍ତି ତାହା ପ୍ରଶଂସନୀୟ। ସେ ଜଣେ ଫାଷ୍ଟ୍ ବୋଲର୍, ସେ ଜଣେ ବ୍ୟାଟ୍ସମ୍ୟାନ୍ ଓ ସେ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍।’ ହାର୍ଦ୍ଦିକ ପାଣ୍ଡ୍ୟା ଜାନୁଆରୀ ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ରେ ଏକ ଟି-ଟ୍ୱେଣ୍ଟି […]

hardik

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 01:04 PM IST

ନୂଆଦିଲ୍ଲୀ: ଭାରତର ଜାକ୍ କାଲିସ୍ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯୁବ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା। ସେ କହିଛନ୍ତି,‘ ଦକ୍ଷିଣ ଆଫ୍ରିକାର ଜାକ୍ କାଲିସ୍ ମୋ ଆଦର୍ଶ। ମୁଁ ତାଙ୍କ ଭଳି ଖେଳିବାକୁ ଚାହେଁ। କାରଣ କାଲିସ୍ ଦକ୍ଷିଣ ଆଫ୍ରିକା ପାଇଁ ଯାହା କରିଛନ୍ତି ତାହା ପ୍ରଶଂସନୀୟ। ସେ ଜଣେ ଫାଷ୍ଟ୍ ବୋଲର୍, ସେ ଜଣେ ବ୍ୟାଟ୍ସମ୍ୟାନ୍ ଓ ସେ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍।’

ହାର୍ଦ୍ଦିକ ପାଣ୍ଡ୍ୟା ଜାନୁଆରୀ ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ରେ ଏକ ଟି-ଟ୍ୱେଣ୍ଟି ମ୍ୟାଚରୁ ନିଜ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳ ଜୀବନ ଆରମ୍ଭ କରିଛନ୍ତି।

୨୦୧୪ ଜୁଲାଇରେ କାଲିସ୍ ଅନ୍ତର୍ଜାତୀୟ କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇ ସାରିଛନ୍ତି। ସେ ଜଣେ ସର୍ବକାଳୀନ ମହାନ ଖେଳାଳି ଭାବେ ପରିଗଣିତ। ସେ ୧୬୬ ଟେଷ୍ଟ୍ ମ୍ୟାଚ୍ ଖେଳି ୧୩,୨୮୯ ରନ୍ ସଂଗ୍ରହ କରିଥିବା ବେଳେ ଏଥିରେ ରହିଛି ୪୫ଟି ଶତକ। ସଚିନ ତେନ୍ଦୁଲକର (୫୧ ଶତକ)ଙ୍କ ପରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଦିନିକିଆରେ ସେ ୩୨୮ଟି ମ୍ୟାଚ୍ ଖେଳି ୧୧,୫୭୯ ରନ୍ କରିଛନ୍ତି। ଏଥି ମଧ୍ୟରେ ରହିଛି ୧୭ଟି ଶତକ।

ବୋଲିଂରେ ବି କମାଲ୍ କରିଛନ୍ତି। ଟେଷ୍ଟରେ ସେ ୨୯୨ଟି ୱିକେଟ୍ ନେଇଥିବା ବେଳେ ଦିନିକିଆରେ ୨୭୩ଟି ୱିକେଟ୍ ନେଇଛନ୍ତି।

Related story