ବିବିଏଲ୍‌: ଗୋଟିଏ ଦିନରେ ଦୁଇ ହ୍ୟାଟ୍ରିକ୍‌

ମେଲବର୍ଣ୍ଣ: ଚଳିତ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ର ବୁଧବାରକୁ ହ୍ୟାଟ୍ରିକ୍ ଦିନ ଭାବେ ପରିଗଣିତ କରାଯିବ। ଆଫଗାନିସ୍ତାନର ଷ୍ଟାର୍ ଲେଗ୍ ସ୍ପିନର୍ ରଶିଦ୍ ଖାନ୍ ଆଡିଲେଡ୍ ଷ୍ଟ୍ରାଇକର୍ସ ପାଇଁ ହ୍ୟାଟ୍ରିକ୍ ନେବା ପରେ ପାକିସ୍ତାନ ପେସର ହାରିସ୍ ରୌଫ୍ ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ହ୍ୟାଟ୍ରିକ୍ ନେଇ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହାରିସ୍ ସିଡନୀ ଥଣ୍ଡର୍ସ ଇନିଂସର ଶେଷ ଓଭରରେ ଲଗାତାର ତିନୋଟି ୱିକେଟ୍ ନେଇଥିଲେ। ଏଥିସହ ସେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ନିଜର ପଦାର୍ପଣରେ ହ୍ୟାଟ୍ରିକ୍ ସଫଳତା […]

rauf-and-rashid

rauf-and-rashid

Ranjit Kumar Jena
  • Published: Wednesday, 08 January 2020
  • Updated: 08 January 2020, 08:13 PM IST

Sports

Latest News

ମେଲବର୍ଣ୍ଣ: ଚଳିତ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ର ବୁଧବାରକୁ ହ୍ୟାଟ୍ରିକ୍ ଦିନ ଭାବେ ପରିଗଣିତ କରାଯିବ। ଆଫଗାନିସ୍ତାନର ଷ୍ଟାର୍ ଲେଗ୍ ସ୍ପିନର୍ ରଶିଦ୍ ଖାନ୍ ଆଡିଲେଡ୍ ଷ୍ଟ୍ରାଇକର୍ସ ପାଇଁ ହ୍ୟାଟ୍ରିକ୍ ନେବା ପରେ ପାକିସ୍ତାନ ପେସର ହାରିସ୍ ରୌଫ୍ ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ହ୍ୟାଟ୍ରିକ୍ ନେଇ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହାରିସ୍ ସିଡନୀ ଥଣ୍ଡର୍ସ ଇନିଂସର ଶେଷ ଓଭରରେ ଲଗାତାର ତିନୋଟି ୱିକେଟ୍ ନେଇଥିଲେ। ଏଥିସହ ସେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ନିଜର ପଦାର୍ପଣରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରି ଇତିହାସ ରଚିଛନ୍ତି।

ହାରିସ୍ ୨୦ତମ ଓଭରର ଦ୍ୱିତୀୟ ବଲରେ ସିଡନୀ ଥଣ୍ଡର୍ସ ଦଳର ସେଟ୍ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ଗିଲକେସ୍ (୪୧)ଙ୍କୁ ଆଉଟ୍ କରିଥିବା ବେଳେ ତୃତୀୟ ବଲରେ କାଲମ୍ ଫର୍ଗୁସନ୍ (୩୫)ଙ୍କୁ ଏବଂ ଚତୁର୍ଥ ବଲରେ ଡାନିଏଲ୍ ସାମ୍ସ (୦)ଙ୍କ ୱିକେଟ୍ ନେଇ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ। ଚଳିତ ବିବିଏଲରେ ପାକିସ୍ତାନର ଏହି ବୋଲର ଜବରଦସ୍ତ ଫର୍ମରେ ଅଛନ୍ତି । ସେ ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ୪ ମ୍ୟାଚ୍ ଖେଳି ୧୩ ୱିକେଟ୍ ନେଇଛନ୍ତି। ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ଚୟନକର୍ତ୍ତା ରୌଫଙ୍କୁ ନେଇ ବିଚାର କରିପାରନ୍ତି।

ଏହା ପୂର୍ବରୁ ଦିବସର ପ୍ରଥମ ମ୍ୟାଚରେ ଆଡିଲେଡ୍ ଷ୍ଟ୍ରାଇକର୍ସର ସ୍ପିନର ରଶିଦ୍ କ୍ୟାରିୟରର ତୃତୀୟ ହ୍ୟାଟ୍ରିକ୍ ହାସଲ କରିଥିଲେ। ସିଡନୀ ସିକ୍ସର୍ସ ବିପକ୍ଷ ଏହି ମ୍ୟାଚରେ ରଶିଦଙ୍କ ହ୍ୟାଟ୍ରିକ୍ ସତ୍ତ୍ୱେ ଆଡିଲେଡ୍ ମୁକାବିଲା ହାରିଯାଇଥିଲା। ରଶିଦ୍ ଦ୍ୱିତୀୟ ଇନିଂସର ଏକାଦଶ ଓଭରର ପଞ୍ଚମ ବଲରେ ଜେମ୍ସ ଭିନ୍ସ (୧୭)ଙ୍କୁ ଆଉଟ୍ କରିଥିବା ବେଳେ ଷଷ୍ଠ ବଲରେ ଜ୍ୟାକ୍ ଏଡୱାର୍ଡ୍ସ (୦)ଙ୍କୁ ଆଉଟ୍ କରିଥିଲେ।

ଏହା ପରେ ରଶିଦ୍ ଇନିଂସର ତ୍ରୟୋଦଶ ଓଭରର ପ୍ରଥମ ବଲରେ ଜୋର୍ଡାନ୍ ସିଲକ (୧୬)ଙ୍କୁ ଆଉଟ୍ ନିଜର ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଥିଲେ। ଉକ୍ତ ମ୍ୟାଚରେ ଆଡିଲେଡ୍ ଷ୍ଟ୍ରାଇକର୍ସ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୩୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ସିଡନୀ ସିକ୍ସର୍ସ ୧୮.୪ ଓଭରରେ ୮ ୱିକେଟ୍ ହରାଇ ୧୩୭ ରନ୍ କରି ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story