ଦକ୍ଷିଣ ଆଫ୍ରିକାକୁ ୩୦୯ ରନର ଟାର୍ଗେଟ୍ ଦେଲା ପାକିସ୍ତାନ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଆଇସିସି ବିଶ୍ୱକପର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ। ଏହି ମ୍ୟାଚରେ ହାରିସ ସୋହେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୮ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୩୦୯ ରନ୍ କରିବାକୁ ପଡ଼ିବ। ପାକିସ୍ତାନ ପକ୍ଷରୁ ସୋହେଲ ସର୍ବାଧିକ ୮୯ (୫୯ ବଲ୍, ୯ ଚୌକା, ୩ ଛକା) […]

pak

Hemant Lenka
  • Published: Sunday, 23 June 2019
  • , Updated: 23 June 2019, 06:58 PM IST

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଆଇସିସି ବିଶ୍ୱକପର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ। ଏହି ମ୍ୟାଚରେ ହାରିସ ସୋହେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୮ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୩୦୯ ରନ୍ କରିବାକୁ ପଡ଼ିବ।

ପାକିସ୍ତାନ ପକ୍ଷରୁ ସୋହେଲ ସର୍ବାଧିକ ୮୯ (୫୯ ବଲ୍, ୯ ଚୌକା, ୩ ଛକା) ରନ୍ କରିଥିବା ବେଳେ ବାବର ଆଜମ (୬୯) ଅର୍ଦ୍ଧଶତକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଇମ୍ରାନ୍ ତାହିରଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି।

ଉକ୍ତ ମ୍ୟାଚରେ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଟସ୍ ଜିତି କୌଣସି ଭୁଲ୍ ନକରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମକୁ ଦୁଇ ଓପ୍ନର ଫକର ଜମାନ ଓ ଇମାମ୍-ଉଲ୍-ହକ୍ ଭଲ ଆରମ୍ଭ ଦେଇଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୮୮ ରନର ଭାଗୀଦାରୀ କରିଥିବା ବେଳେ ଫକରଙ୍କୁ ଇମ୍ରାନ୍ ତାହିର୍ ପ୍ୟାଭିଲିୟନ୍ ପଠାଇଥିଲେ।

ଫକର ୫୦ ବଲରେ ୬ ଚୌକା ଓ ୧ ଛକା ସହ ୪୪ ରନ୍ କରିଥିଲେ। ଅନ୍ୟତମ ଓପ୍ନର ଇମାମ (୪୪)ଙ୍କୁ ମଧ୍ୟ ତାହିର ନିଜର ଶିକାର ବନାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମହମ୍ମଦ ହଫିଜ୍ ପୁଣିଥରେ ଫେଲ୍ ମାରିଥିଲେ। ସେ ମାତ୍ର ୨୦ ରନ୍ କରି ଆଇଡେନ୍ ମର୍କରାମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ତେବେ ବାବର ଓ ସୋହେଲ ଚମତ୍କାର ବ୍ୟାଟିଂ କରି ପାକିସ୍ତାନ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ବାବର ୬୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ଦ୍ରୁତ ରନ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ଆଣ୍ଡିଲେ ଫେଲୁକୱାୟୋ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ବଡ଼ ସଫଳତା ଦେଇଥିଲେ। ବାବର ୮୦ ବଲରେ ୭ ଚୌକା ସହ ୬୯ ରନ୍ କରିଥିଲେ।

ଏହା ପରେ ସୋହେଲ ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ତାଙ୍କୁ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କଠାରୁ କୌଣସି ସହଯୋଗ ମିଳିପାରି ନଥିଲା, ଯେଉଁକାରଣରୁ ପାକିସ୍ତାନ ୩୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଇମାନ୍ ୱାସିମ୍ ୨୩ ଓ ୱହାବ ରିଆଜ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ କ୍ୟାପଟେନ୍ ସର୍ଫରାଜ (୨) ଓ ଶଦାବ ଖାନ୍ (୧) ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ସର୍ବାଧିକ ୩ଟି ଓ ତାହିର୍ ୨ଟି ୱିକେଟ୍ ନେଇଥିଲେ।

Related story