ବିଜେପିରେ ଯୋଗ ଦେଇଛନ୍ତି କି କୁମ୍ବଲେ, ଜାଣନ୍ତୁ ସତ କ’ଣ

ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ଗୋଟିଏ ଖବରକୁ ବାରମ୍ବାର ଶେୟାର କରିବା ଆରମ୍ଭ କରିଦେଇଥିଲେ। ଏହି ଖବରଟି ଥିଲା ଯେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କୋଚ୍‌ ଅନୀଲ କୁମ୍ବଲେ ବିଜେପିରେ ଯୋଗଦେଇଛନ୍ତି। କୁମ୍ବଲେ ବିଜେପିରେ ଯୋଗଦେଇଥିବା କଥାକୁ ସତ ବୋଲି ପ୍ରମାଣିତ କରିବା ପାଇଁ ଏକ ଫଟୋ ମଧ୍ୟ ଜାରି କରାଯାଇଛି। ଏଥିରେ କୁମ୍ବଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପର ସହ ହାତ ମିଳାଉଥିବା ଦୃଶ୍ୟ ରହିଛି। ଏଥିସହ […]

r

r

Hemant Lenka
  • Published: Wednesday, 16 January 2019
  • Updated: 16 January 2019, 04:32 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ଗୋଟିଏ ଖବରକୁ ବାରମ୍ବାର ଶେୟାର କରିବା ଆରମ୍ଭ କରିଦେଇଥିଲେ। ଏହି ଖବରଟି ଥିଲା ଯେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କୋଚ୍‌ ଅନୀଲ କୁମ୍ବଲେ ବିଜେପିରେ ଯୋଗଦେଇଛନ୍ତି।

କୁମ୍ବଲେ ବିଜେପିରେ ଯୋଗଦେଇଥିବା କଥାକୁ ସତ ବୋଲି ପ୍ରମାଣିତ କରିବା ପାଇଁ ଏକ ଫଟୋ ମଧ୍ୟ ଜାରି କରାଯାଇଛି। ଏଥିରେ କୁମ୍ବଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପର ସହ ହାତ ମିଳାଉଥିବା ଦୃଶ୍ୟ ରହିଛି। ଏଥିସହ କୁମ୍ବଲେ ମୋଦିଙ୍କୁ ଏକ ଫୁଲ ତୋଡ଼ା ମଧ୍ୟ ଦେଉଛନ୍ତି।

ଜଣେ ବେଙ୍ଗଲୀ ଫେସବୁକ୍‌ ବ୍ୟବହାରକାରୀ ଏହି ଫଟୋକୁ ପୋଷ୍ଟ କରିବା ସହ କୁମ୍ବଲେ ବିଜେପିରେ ଯୋଗଦେଇଛନ୍ତି ଏବଂ ଗୋଟିଏ ଦିନ ସମଗ୍ର ଭାରତରେ ପଦ୍ମ ଫୁଟିବ ବୋଲି ଲେଖିଛନ୍ତି। ଏହାପରେ ଏହି ପୋଷ୍ଟଟି ଭାଇରାଲ ହେବା ସହ ୫୦ରୁ ଅଧିକ ଶେୟାର ହୋଇଥିଲା। କେବଳ ଫେସବୁକ ନୁହେଁ, ଟ୍ୱିଟରରେ ମଧ୍ୟ ଏହି ଖବରଟି ଭାଇରାଲ ହୋଇଥିଲା।

ଏହି ଖବର ଭାଇରାଲ ହେବା ପରେ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ଏନେଇ କୁମ୍ବଲେଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ଏହା ଏକ ଭୁଲ ଖବର ଏବଂ ସେ ବିଜେପିରେ କୌଣସି ପ୍ରକାରର ଯୋଗଦେଇନାହାନ୍ତି ବୋଲି କହିଛନ୍ତି। ବାସ୍ତବରେ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଥିବା ଫଟୋଟି ୨୦୧୪ ମସିହା ଅଗଷ୍ଟ ୧ ତାରିଖର। କୁମ୍ବଲେ ସୌଜନ୍ୟମୂଳକ ସାକ୍ଷାକାର ସମୟରେ ମୋଦିଙ୍କ ସହ ଫଟୋ ଉଠାଇଥିଲେ। ଏହି ଫଟୋକୁ ପିଏମ୍‌ଓ ସେତେବେଳେ ଟ୍ୱିଟ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos