ସାନ ଭାଇ ସହିତ ଶାରୀରିକ ସଂପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସାମି!

ନୂଆଦିଲ୍ଲୀ: ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ନାଁରେ କୋଲକାତାର ଯାଦବପୁର ଥାନାରେ ମାମଲା ରୁଜୁ ହୋଇଛି। ପତ୍ନୀ ହସିନ ଜହାନଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ସାମିଙ୍କ ନାଁରେ ହସିନ ଆଉ ଏକ ଗମ୍ଭୀର ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସାମି ଚାହୁଁଥିଲେ ସେ ତାଙ୍କ ଦିଅର (ସାମିଙ୍କ ସାନଭାଇ)ଙ୍କ […]

Sami

Rakesh Mallick
  • Published: Friday, 09 March 2018
  • , Updated: 09 March 2018, 05:44 PM IST

ନୂଆଦିଲ୍ଲୀ: ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ନାଁରେ କୋଲକାତାର ଯାଦବପୁର ଥାନାରେ ମାମଲା ରୁଜୁ ହୋଇଛି। ପତ୍ନୀ ହସିନ ଜହାନଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି।

ତେବେ ସାମିଙ୍କ ନାଁରେ ହସିନ ଆଉ ଏକ ଗମ୍ଭୀର ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସାମି ଚାହୁଁଥିଲେ ସେ ତାଙ୍କ ଦିଅର (ସାମିଙ୍କ ସାନଭାଇ)ଙ୍କ ସହିତ ଶାରୀରିକ ସଂପର୍କ ରଖନ୍ତୁ। ଏକ ଇଂରାଜୀ ୱେବ୍‌ସାଇଟ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। ଏହା ସହିତ ସାମିଙ୍କର ଅନେକ ମହିଳାଙ୍କ ସହିତ ଶାରୀରିକ ସଂପର୍କ ଥିବା କଥା ସେ ପୁଣି ଥରେ ଦୋହରାଇଛନ୍ତି।

ସାମିଙ୍କ ସହିତ ତାଙ୍କ ପରିବାରର ଆଉ ଚାରି ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ଯୌତୁକ ନିର୍ଯାତନା, ଘରୋଇ ହିଂସା, ହତ୍ୟା ଉଦ୍ୟମ, ଧମକ ଓ ଷଡ଼ଯନ୍ତ୍ର ସମେତ ଇଣ୍ଡିଆନ୍ ପେନାଲ୍ କୋଡ୍‌ (ଆଇପିସି)ର ଏକାଧିକ ଧାରା ଆଧାରରେ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ହସିନ ଜହାନ ଅଭିଯୋଗ କରିଛନ୍ତି ଯେ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଛନ୍ତି। ତାଙ୍କର ଏକାଧିକ ମହିଳାଙ୍କ ସହ ସଂପର୍କ ରହିଛି। ସାମି ଓ ତାଙ୍କ ପରିବାର ଲୋକେ ତାଙ୍କୁ ମାରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

Related story