ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ଠାରୁ ୧୦-୦ରେ ହାରିଲା କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆଜି ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ଠାରୁ ୧୦-୦ରେ ହାରି ଯାଇଛି କଳିଙ୍ଗ ଲାନସର୍ସ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଇଥିଲା।

ହକି ଇଣ୍ଡିଆ ଲିଗ୍‌ର ଚଳିତ ସଂସ୍କରଣରେ କଳିଙ୍ଗ ଲାନସର୍ସ ଏଯାବତ ଚାରିଟି ମ୍ୟାଚ୍ ଖେଳି ଥିବା ବେଳେ ଦୁଇଟି ଜିତିଛି ଓ ଦୁଇଟିରେ ହାରିଛି। କଳିଙ୍ଗ ଲାନସର୍ସ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୬ ପଏଣ୍ଟ ସହ ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ଚତୁର୍ଥ ସ୍ଥାନରେ ରହିଛି।

କଳିଙ୍ଗ ଲାନସର୍ସ ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୩୧ ତାରିଖରେ ଦିଲ୍ଲୀ ୱେଭ୍‌ରାଇଡର୍ସ ବିରୁଦ୍ଧରେ ଖେଳିବ। ମୁମ୍ବାଇରେ ଏହି ମ୍ୟାଚ୍ ଖେଳାଯିବ।