ଏଚ୍‌ଆଇଏଲ୍‌: ଦବଙ୍ଗ ମୁମ୍ବାଇକୁ ୪-୩ରେ ହରାଇଲା କଳିଙ୍ଗ ଲାନସର୍ସ

ମୁମ୍ବାଇ: ହକି ଇଣ୍ଡିଆ ଲିଗ୍‌ରେ ଆଜି ଖେଳାଯାଇଥିବା ମ୍ୟାଚ୍‌ରେ କଳିଙ୍ଗ ଲାନସର୍ସ ଦବଙ୍ଗ ମୁମ୍ବାଇକୁ ୪-୩ ଗୋଲରେ ପରାସ୍ତ କରିଛି। ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯାଇଥିଲା। ହକି ଇଣ୍ଡିଆ ଲିଗ୍‌ର ଚଳିତ ସଂସ୍କରଣରେ କଳିଙ୍ଗ ଲାନସର୍ସ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ସାରିଛି। ଦଳ ୩ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ହାରି ଯାଇଛି। ଗତ ୨୯ ତାରିଖରେ ଏକ ମ୍ୟାଚ୍‌ରେ ଦଳ ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ଠାରୁ ୧୦-୦ ଗୋଲରେ ହାରି ଯାଇଥିଲା। […]

KL

Rakesh Mallick
  • Published: Tuesday, 31 January 2017
  • , Updated: 31 January 2017, 09:16 PM IST

ମୁମ୍ବାଇ: ହକି ଇଣ୍ଡିଆ ଲିଗ୍‌ରେ ଆଜି ଖେଳାଯାଇଥିବା ମ୍ୟାଚ୍‌ରେ କଳିଙ୍ଗ ଲାନସର୍ସ ଦବଙ୍ଗ ମୁମ୍ବାଇକୁ ୪-୩ ଗୋଲରେ ପରାସ୍ତ କରିଛି। ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯାଇଥିଲା।

ହକି ଇଣ୍ଡିଆ ଲିଗ୍‌ର ଚଳିତ ସଂସ୍କରଣରେ କଳିଙ୍ଗ ଲାନସର୍ସ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ସାରିଛି। ଦଳ ୩ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ହାରି ଯାଇଛି। ଗତ ୨୯ ତାରିଖରେ ଏକ ମ୍ୟାଚ୍‌ରେ ଦଳ ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ଠାରୁ ୧୦-୦ ଗୋଲରେ ହାରି ଯାଇଥିଲା। ଭୁବନେଶ୍ୱରରେ ଏହି ମ୍ୟାଚ୍ ଖେଳାଯାଇଥିଲା।

Related story