ହକି ଇଣ୍ଡିଆ ଲିଗ: ୭-୦ ଗୋଲରେ ପଞ୍ଜାବ ୱାରିଅର ବିଜୟୀ

ରାଞ୍ଚି: ଆଜି ରାଞ୍ଚି ଆଷ୍ଟ୍ରୋ ଟ୍ରର୍ଫ ଷ୍ଟାଡିୟମରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୭-୦ ଗୋଲରେ ରାଞ୍ଚି ରୟକୁ ଜେପି ପଞ୍ଜାବ ୱାରିଅର ପରାସ୍ତ କରିଛି। ଦଳ ପକ୍ଷରୁ ଜେକ୍‌ ୱେଟନ୍‌ ୨ଟି, ସୁନୀଲ ୨ଟି ଓ ମିଙ୍କ ଭେନ୍‌ ଗୋଟିଏ ଗୋଲ ଦେଇଛନ୍ତି। ଏହି ସିଜିନରେ ଜେପି ପଞ୍ଜାବ ୱାରିଅର ଏହା ହେଉଛି ପ୍ରଥମ ବିଜୟ। ଜେପି ପଞ୍ଜାବ ୱାରିଅର ଏହି ବିଜୟ ପରେ ୫ ପଏଣ୍ଟ ପାଇ ତାଲିକାରେ ପଞ୍ଚମରେ […]

punjab

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 10:24 PM IST

ରାଞ୍ଚି: ଆଜି ରାଞ୍ଚି ଆଷ୍ଟ୍ରୋ ଟ୍ରର୍ଫ ଷ୍ଟାଡିୟମରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୭-୦ ଗୋଲରେ ରାଞ୍ଚି ରୟକୁ ଜେପି ପଞ୍ଜାବ ୱାରିଅର ପରାସ୍ତ କରିଛି। ଦଳ ପକ୍ଷରୁ ଜେକ୍‌ ୱେଟନ୍‌ ୨ଟି, ସୁନୀଲ ୨ଟି ଓ ମିଙ୍କ ଭେନ୍‌ ଗୋଟିଏ ଗୋଲ ଦେଇଛନ୍ତି। ଏହି ସିଜିନରେ ଜେପି ପଞ୍ଜାବ ୱାରିଅର ଏହା ହେଉଛି ପ୍ରଥମ ବିଜୟ।

ଜେପି ପଞ୍ଜାବ ୱାରିଅର ଏହି ବିଜୟ ପରେ ୫ ପଏଣ୍ଟ ପାଇ ତାଲିକାରେ ପଞ୍ଚମରେ ରହିଥିବା ବେଳେ ରାଞ୍ଚି ରୟ ୧୦ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ୧୭ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ମୁମ୍ୱାଇ ରହିଥିବା ବେଳେ କଳିଙ୍ଗ ଲାନ୍‌ସର୍ସ ୧୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଦିଲ୍ଲୀ ୱେଭ୍‌ ରାଇଡର୍ସ ୪ ପଏଣ୍ଟ ପାଇଁ ଷଷ୍ଠରେ ରହିଛି।

Related story