ହିମାଚଳ ପ୍ରଦେଶରେ ନିର୍ମାଣ ହେବ ପୃଥିବୀର ସବୁଠୁ ଉଚ୍ଚ ଷ୍ଟାଡିୟମ୍

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ହିମାଚଳ ପ୍ରଦେଶର ଆଦିବାସୀ ଜିଲ୍ଲାର ଲାହୌଲ-ସ୍ପିଟିରେ ନିର୍ମାଣ ହେବ ପୃଥିବୀର ସବୁଠୁ ଉଚ୍ଚତମ ଷ୍ଟାଡିୟମ୍। ସମୁଦ୍ର ପତନଠାରୁ ୩,୦୪୮ ମିଟର ଉଚ୍ଚରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ। ଏହାର ଚାରିପାଖ ବେଶ୍ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ। ଏହି ପ୍ରସ୍ତାବିତ ଷ୍ଟାଡିୟମ୍ ଚାରିପାଖରେ ରହିଛି ଏକ ବଡ଼ ପାହାଡ଼, ଏକ ହ୍ରଦ ଓ ଚେନାବ ନଦୀ। ଦୁଇ ବର୍ଷ ହେଲାଣି ଏହି ଯୋଜନା ସଂପର୍କରେ ଆଲୋଚନା ଚାଲିଛି। ଏହି ପ୍ରକଳ୍ପ ନେଇ ଆଗକୁ ବଢ଼ିବାକୁ ଜିଲ୍ଲା […]

himachala

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 12:07 PM IST

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ହିମାଚଳ ପ୍ରଦେଶର ଆଦିବାସୀ ଜିଲ୍ଲାର ଲାହୌଲ-ସ୍ପିଟିରେ ନିର୍ମାଣ ହେବ ପୃଥିବୀର ସବୁଠୁ ଉଚ୍ଚତମ ଷ୍ଟାଡିୟମ୍। ସମୁଦ୍ର ପତନଠାରୁ ୩,୦୪୮ ମିଟର ଉଚ୍ଚରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ। ଏହାର ଚାରିପାଖ ବେଶ୍ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ। ଏହି ପ୍ରସ୍ତାବିତ ଷ୍ଟାଡିୟମ୍ ଚାରିପାଖରେ ରହିଛି ଏକ ବଡ଼ ପାହାଡ଼, ଏକ ହ୍ରଦ ଓ ଚେନାବ ନଦୀ। ଦୁଇ ବର୍ଷ ହେଲାଣି ଏହି ଯୋଜନା ସଂପର୍କରେ ଆଲୋଚନା ଚାଲିଛି। ଏହି ପ୍ରକଳ୍ପ ନେଇ ଆଗକୁ ବଢ଼ିବାକୁ ଜିଲ୍ଲା କ୍ରିକେଟ ଆସୋସିଏସନକୁ ଦିଆଯାଇଛି ସବୁଜ ସଂକେତ।

ତେବେ ଏହି ଷ୍ଟାଡିୟମ ନିର୍ମାଣେ ବାଧା ସାଜିଛି ସମାନ ନାଁରେ ଦୁଇଟି କ୍ରିକେଟ୍ ସଂଘ ଓ ସେମାନଙ୍କର ଗୋଟିଏ କୋଠା। ପୁଣି ଏହା ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଅଧୀନରେ ଆସୁ ନାହିଁ। ତେଣୁ ବିସିସିଆଇ ଅବା ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଏହି ଷ୍ଟାଡିୟମ ନିର୍ମାଣ ପାଇଁ କୌଣସି ଆର୍ଥିକ ସହାୟତା ଦେଇ ନ ପାରେ। ତେବେ ଲୋକଙ୍କଠାରୁ ଆର୍ଥିକ ସାହାଯ୍ୟ ନେବା ସହିତ ବିସିସିଆଇକୁ ମଧ୍ୟ ଏଥିପାଇଁ ସହଯୋଗ କରିବା ପାଇଁ ଦାବି କରାଯାଇପାରେ।

ଧର୍ମଶାଳାରେ ନିର୍ମାଣ କରାଯାଇଥିବା ଷ୍ଟାଡିୟମ୍ ଭଳି ଏହି ଷ୍ଟାଡିୟମ ନିର୍ମାଣ କରାଯିବା ପାଇଁ ଯୋଜନା ରହିଛି।

Related story