ଏଫଆଇଏଚ୍ ହକି ପ୍ରୋ ଲିଗ୍‌: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଚଳିତମାସ ୨୧ ଓ ୨୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯିବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ହକି ଇଣ୍ଡିଆ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ୨୪ଜଣିଆ ଭାରତୀୟ ଦଳର ଘୋଷଣା କରିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁଥିବା ଏହି ମୁକାବିଲା ପାଇଁ ହରମନପ୍ରୀତ ସିଂହ ଭାରତୀୟ ଦଳର ଭାଇସ୍‌-କ୍ୟାପଟେନ୍ ରହିବେ। ଦଳରେ ଓଡ଼ିଶାର ଦୁଇଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା। ନିକଟରେ ବିଶ୍ୱ ରାଙ୍କିଙ୍ଗରେ ଚତୁର୍ଥ […]

hockey

hockey

Ranjit Kumar Jena
  • Published: Tuesday, 18 February 2020
  • Updated: 18 February 2020, 06:10 PM IST

Sports

Latest News

ନୂଆଦିଲ୍ଲୀ: ଚଳିତମାସ ୨୧ ଓ ୨୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯିବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ହକି ଇଣ୍ଡିଆ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ୨୪ଜଣିଆ ଭାରତୀୟ ଦଳର ଘୋଷଣା କରିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁଥିବା ଏହି ମୁକାବିଲା ପାଇଁ ହରମନପ୍ରୀତ ସିଂହ ଭାରତୀୟ ଦଳର ଭାଇସ୍‌-କ୍ୟାପଟେନ୍ ରହିବେ। ଦଳରେ ଓଡ଼ିଶାର ଦୁଇଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା।

ନିକଟରେ ବିଶ୍ୱ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚିଥିବା ଭାରତୀୟ ଟିମ୍ ଏଫଆଇଏଚ୍ ପ୍ରୋ-ଲିଗର ପୂର୍ବ ମୁକାବିଲା ବିଶ୍ୱ ଚାମ୍ପିୟନ୍ ବେଲଜିୟମକୁ ୨-୧ ଗୋଲରେ ହରାଇଥିଲା। ତେବେ ବେଜଲିୟମ ବିପକ୍ଷ ଦ୍ୱିତୀୟ ମୁକାବିଲାରେ ଭାରତ ୨-୩ରେ ହାରିଯାଇଥିଲା। ୨୪ଜଣିଆ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ପିଆର୍ ଶ୍ରୀଜେଶ୍ ଓ କ୍ରିଷ୍ଣା ପାଠକଙ୍କ ବ୍ୟତୀତ ସୁରେନ୍ଦ୍ର କୁମାର, ହରମନପ୍ରୀତ, ଗୁରିନ୍ଦର ସିଂହ ଓ ରୂପିନ୍ଦର ପାଲ୍ ସିଂହଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି।

ଟିମ୍ ଚୟନ ପରେ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, ବିଶ୍ୱ ଚାମ୍ପିୟନ୍ ଟିମ୍ ବିପକ୍ଷରେ ହାଇଭୋଲଟେଜ୍ ମୁକାବିଲା ପରେ ଆମେ ଆଉ ଏକ ଶକ୍ତିଶାଳୀ ଟିମକୁ ଭେଟିବାକୁ ଯାଉଛୁ। ଆମେ ଏକ ସନ୍ତୁଳିତ ଓ ମଜଭୁତ୍ ଟିମ୍ ଚୟନ କରିଛୁ। ଅଷ୍ଟ୍ରେଲିଆ ଭଳି ଟିମକୁ ହରାଇବା ପାଇଁ ଏହି ଟିମ୍ ଯୋଗ୍ୟ ବୋଲି ରିଡ୍ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ହକି ପ୍ରୋ ଲିଗରେ ଭାରତ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳିଯାଇଛି। ପ୍ରଥମ ପର୍ଯ୍ୟାୟରେ ଭାରତ ଶକ୍ତିଶାଳୀ ନେଦରଲ୍ୟାଣ୍ଡ୍ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିଥିଲା ଏବଂ ଉଭୟ ମୁକାବିଲାରେ ଭାରତ ବିଜୟ ହାସଲ କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବେଲଜିୟମକୁ ଭେଟିଥିଲା। ବେଲଜିୟମ ବିପକ୍ଷରେ ଭାରତ ଗୋଟିଏ ବିଜୟ ଓ ଗୋଟିଏ ପରାଜୟବରଣ କରିଥିଲା।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପରେ ଭାରତ ଏପ୍ରିଲ (୨୫ ଓ ୨୬ ତାରିଖ) ରେ ଜର୍ମାନୀ ଗସ୍ତରେ ଦୁଇଟି ମ୍ୟାଚ୍ ଖେଳିବ। ଏହା ପରେ ମେ' ୨ ଓ ୩ ତାରିଖରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ସେହିପରି ମେ' ୨୩ ଓ ୨୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ, ଜୁନ୍ ୫ ଓ ୬ ତାରିଖରେ ଆର୍ଜେଣ୍ଟିନା ଏବଂ ଜୁନ୍ ୧୩ ଓ ୧୪ ତାରିଖରେ ସ୍ପେନ୍ ବିପକ୍ଷରେ ଖେଳିବ।

ଭାରତୀୟ ଦଳ: ପିଆର ଶ୍ରୀଜେଶ, କ୍ରିଷନ ପାଠକ, ଅମିତ୍ ରୋହିଦାସ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ହରମନପ୍ରୀତ ସିଂହ (ଭାଇସ୍‌-କ୍ୟାପଟେନ୍‌), ବରୁନ୍ କୁମାର, ଗୁରିନ୍ଦର ସିଂହ, ରୂପିନ୍ଦର ପାଲ୍ ସିଂହ, ମନପ୍ରୀତ ସିଂହ (କ୍ୟାପଟେନ୍‌), ବିବେକ ସାଗର ପ୍ରସାଦ, ହାର୍ଦ୍ଦିକ ସିଂହ, ଚିଙ୍ଗଲେନସାନା ସିଂହ, ରାଜକୁମାର ପାଲ୍‌, ଆକାଶଦୀପ ସିଂହ, ସୁମିତ୍‌, ଲଲିତ ଉପାଧ୍ୟାୟ, ଗୁରସାହିବଜିତ୍ ସିଂହ, ଦିଲପ୍ରୀତ ସିଂହ, ଏସଭି ସୁନୀଲ, ଜର୍ମନପ୍ରୀତ ସିଂହ, ସିମରନଜିତ୍ ସିଂହ, ନୀଳକାନ୍ତ ଶର୍ମା, ରମନଦୀପ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story