ଅଲିମ୍ପିକ୍ କ୍ୱାଲିଫାୟର୍ସ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଏଫଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ ପାଇଁ ଶୁକ୍ରବାର ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ଘୋଷଣା କରାଯାଇଛି। ପୁରୁଷ ଦଳର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ଏବଂ ଭାଇସ୍‌-କ୍ୟାପଟେନ୍ ଭାବେ ଏସଭି ସୁନୀଲଙ୍କୁ ରଖାଯାଇଛି। ସେହିପରି ରାନୀ ରାମପଲଙ୍କୁ ମହିଳା ଟିମର କ୍ୟାପଟେନ୍ କରାଯାଇଛି। ବିଶ୍ୱର ପାଞ୍ଚ ନମ୍ବର ଭାରତୀୟ ପୁରୁଷ ହକି ଟିମ୍ ତା’ର କ୍ୱାଲିଫାୟର୍ ମ୍ୟାଚରେ ବିଶ୍ୱର […]

hockey

hockey

Ranjit Kumar Jena
  • Published: Friday, 18 October 2019
  • Updated: 18 October 2019, 07:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଏଫଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ ପାଇଁ ଶୁକ୍ରବାର ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ଘୋଷଣା କରାଯାଇଛି। ପୁରୁଷ ଦଳର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ଏବଂ ଭାଇସ୍‌-କ୍ୟାପଟେନ୍ ଭାବେ ଏସଭି ସୁନୀଲଙ୍କୁ ରଖାଯାଇଛି। ସେହିପରି ରାନୀ ରାମପଲଙ୍କୁ ମହିଳା ଟିମର କ୍ୟାପଟେନ୍ କରାଯାଇଛି।

ବିଶ୍ୱର ପାଞ୍ଚ ନମ୍ବର ଭାରତୀୟ ପୁରୁଷ ହକି ଟିମ୍ ତା'ର କ୍ୱାଲିଫାୟର୍ ମ୍ୟାଚରେ ବିଶ୍ୱର ୨୨ ନମ୍ବର ଟିମ୍ ରୁଷକୁ ଏବଂ ୯ ନମ୍ବର ଭାରତୀୟ ମହିଳା ଟିମ୍ ୧୩ ନମ୍ବର ଟିମ୍ ଆମେରିକାକୁ ଭେଟିବ। ପୁରୁଷ ଦଳରେ ମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ୍ ରୋହିଦାସ ସ୍ଥାନ ପାଇଛନ୍ତି। ତେବେ ଅନ୍ୟତମ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ୧୮ଜଣିଆ ଦଳରୁ ବାଦ୍ ପଡ଼ିଛନ୍ତି। ସେହିପରି ମହିଳା ଟିମରେ ତିନିଜଣ ଓଡ଼ିଆ ତଥା ଦୀପ୍ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ ଏବଂ ନମିତା ଟପ୍ପୋ ନିଜ ନିଜର ସ୍ଥାନ ବଜାୟ ରଖିଛନ୍ତି। ପୁରୁଷ ଦଳରେ ଗୋଲକିପର ଭାବେ ଅଭିଜ୍ଞ ପିଆର୍ ଶ୍ରୀଜେଶ୍ ଓ କ୍ରିଷନ ବି. ପାଠକ ରହିଛନ୍ତି।

ଟିମ୍ ଚୟନ ହେବା ପରେ ପୁରୁଷ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, "ସଫଳ ବେଲଜିୟମ ଗସ୍ତ ପରେ ସର୍ବଶ୍ରେଷ୍ଠ ୧୮ ଖେଳାଳି ଚୟନ କରିବା ପାଇଁ ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଆମେ ଏକ ସନ୍ତୁଳିତ ଟିମ୍ ଚୟନ କରିଛୁ, ଯେଉଁଥିରେ ଆମ ପାଖରେ ଏକାଧିକ ବିକଳ୍ପ ଅଛନ୍ତି। ବର୍ତ୍ତମାନ ଆମକୁ ରୁଷ୍ ବିପକ୍ଷ ମ୍ୟାଚ୍ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ନଭେମ୍ବର ୧ ଓ ୨ ତାରିଖରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବୁ।"

ସେହିପରି ଇଂଲଣ୍ଡ ଗସ୍ତ ପାଇଁ ଚୟନ ହୋଇଥିବା ମହିଳା ଟିମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଇଂଲଣ୍ଡ ଗସ୍ତରେ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ଡ୍ର' କରିଥିଲା । ମହିଳା ଟିମର କୋଚ୍ ମାରିନ୍ କହିଛନ୍ତି, "ଆମେ ଟିମରେ କୌଣସି ପରିବର୍ତ୍ତନ କରିନାହୁଁ । ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିବା ଆମର ଏକମାତ୍ର ଉଦ୍ଦେଶ୍ୟ। ଆମ ଟିମ୍ ବେଶ୍ ସନ୍ତୁଳିତ ଏବଂ ସବୁ ଖେଳାଳି ମଇଦାନରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟଗ୍ର ଅଛନ୍ତି।" ସୂଚନାଯୋଗ୍ୟ, ଏଫଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର୍ସର ବିଜେତା ଟିମ୍ ସିଧା ୨୦୨୦ ଟୋକିଓ ଗେମ୍ସକୁ କ୍ୱାଲିଫାଏ କରିବ।

ଭାରତୀୟ ପୁରୁଷ ହକି ଟିମ୍‌: ପିଆର୍ ଶ୍ରୀଜେଶ୍‌, କ୍ରିଷନ୍ ବାହାଦୁର ପାଠକ, ହରମନପ୍ରୀତ ସିଂହ, ବରୁନ୍ କୁମାର, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂହ, ରୂପିନ୍ଦର ପାଲ୍ ସିଂହ, ଅମିତ୍ ରୋହିଦାସ, ମନପ୍ରୀତ ସିଂହ (କ୍ୟାପଟେନ୍‌), ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଲଲିତ କୁମାର ଉପାଧ୍ୟାୟ, ଏସଭି ସୁନୀଲ (ଭାଇସ୍‌-କ୍ୟାପଟେନ୍‌), ମନଦୀପ ସିଂହ, ମନଦୀପ ସିଂହ, ଆକାଶଦୀପ ସିଂହ, ରମନଦୀପ ସିଂହ, ସିମରନଜିତ୍ ସିଂହ।

ଭାରତୀୟ ମହିଳା ହକି ଟିମ୍‌: ସବିତା (ଭାଇସ୍‌-କ୍ୟାପଟେନ୍‌), ରଜନୀ ଏଟିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ଗୁରଜିତ୍ କୌର୍‌, ରୀନା ଖୋଖାର, ସାଲିମା ଟେଟେ, ସୁଶୀଲା ଚାନୁ ପୁଖରାମବାମ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ୍‌, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରାନୀ (କ୍ୟାପଟେନ୍‌), ବନ୍ଦନା କାଟାରିୟା, ନଭନୀତ କୌର୍‌, ଲାଲରେମସିଆମି, ନଭଜୋତ୍ କୌର୍‌, ଶର୍ମିଲା ଦେବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story