କାଉଣ୍ଟରରେ ବିକ୍ରି ହେବନି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଟିକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌। ତେବେ ଏଥିପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ହେବନି। ଏହି ଉତ୍ସବ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ହେବ ବୋଲି କହିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ। ସେ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ହେବ। ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି ନେଇ ସୂଚନା ଦିଆଯିବ। ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ […]

police

police

Jitendra Garnayak
  • Published: Thursday, 15 November 2018
  • Updated: 15 November 2018, 02:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌। ତେବେ ଏଥିପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ହେବନି। ଏହି ଉତ୍ସବ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ହେବ ବୋଲି କହିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ।

ସେ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ହେବ। ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି ନେଇ ସୂଚନା ଦିଆଯିବ।

ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ଆଜି ୯ ନମ୍ବର ଗେଟ୍‌ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବାର ଥିଲା। ହେଲେ ଟିକେଟ୍‌ ବିକ୍ରି ନହେବାରୁ ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ଲୋକ ଉତ୍ତ୍ୟକ୍ତ ହୋଇ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର୍‌ ଓ ବ୍ୟାରିକେଡ୍ ଭଙ୍ଗାରୁଜା କରିଥିଲେ। ଏହା ପରେ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଏଭଳି ସୂଚନା ଦେଇଛନ୍ତି।

[caption id="attachment_301352" align="aligncenter" width="750"]78 କାଉଣ୍ଟର୍‌ ସାମ୍ନାରେ ଭଙ୍ଗାରୁଜା କରୁଥିବା ଲୋକଙ୍କୁ ପୁଲିସ୍ ଘଉଡ଼ାଉଛି[/caption]

ବିଶ୍ୱକପ୍‌ ହକି ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ନଭେମ୍ବର ୧୫ ତାରିଖରୁ ବିକ୍ରି ହେବ ବୋଲି ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଘୋଷଣା କରିଥିଲେ। ଏହାର ଦାମ୍‌ ୫ ଶହ ଟଙ୍କା ରହିବ ବୋଲି ସଚିବ ପ୍ରେସ୍‌ମିଟରେ ସୂଚନା ଦେଇଥିଲେ। ତେଣୁ ଗତକାଲି ରାତିରୁ ହଜାର ହଜାର ହକି ପ୍ରେମୀ ଉତ୍ସାହର ସହିତ ଟିକେଟ୍‌ ଆଶାରେ କାଉଣ୍ଟର ସାମ୍ନାରେ ଲାଇନ୍‌ ଲଗାଇଥିଲେ। ହେଲେ ଟିକେଟ୍ ବିକ୍ରି ହୋଇ ନଥିଲା। ଆଉ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ପୂର୍ବରୁ ଭାରତ ଖେଳିବାକୁ ଥିବା ମ୍ୟାଚ୍‌ ଗୁଡ଼ିକର ଟିକେଟ୍ ମଧ୍ୟ କାଉଣ୍ଟରରେ ମିଳି ନ ଥିଲା। ଏଥିଯୋଗୁ ହକି ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos