ରାଉରକେଲା (ଓଡ଼ିଶା ରିପୋର୍ଟର): ଚଳିତ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ରେ ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଷଷ୍ଠ ମ୍ୟାଚ୍ଟି ତିନି ଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ଓ ମାଲେସିଆ ମଧ୍ୟରେ ଖେଳା ଯାଇଥିଲା। ଏଥିରେ ନେଦରଲ୍ୟାଣ୍ଡସ ୨-୦ ଗୋଲରେ ମାଲେସିଆକୁ ପରାସ୍ତ କରିଛି।
ପ୍ରଥମ କ୍ୱାର୍ଟରରେ କିଛି ଗୋଲ ହୋଇ ନଥିଲା। ନେଦରଲ୍ୟାଣ୍ଡସ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ ବି ଗୋଲ୍ କରିପାରି ନଥିଲା। ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ତାହା ଗୋଲ୍ରେ ପରିଣତ ହୋଇ ନଥିଲା।
ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଦୁଇଟି ଗୋଲ୍ ଦେଇଥିଲା। ପ୍ରଥମ ଗୋଲ୍ଟି ଖେଳର ୨୦ ମିନିଟ୍ରେ ହୋଇଥିଲା। ମାଲେସିଆ ଏହି କ୍ୱାର୍ଟରରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ତାକୁ ଗୋଲରେ ପରିଣତ କରିପାରି ନଥିଲା। ଆଉ ୨-୦ରେ ସରିଥିଲା ଦ୍ୱିତୀୟ କ୍ୱାର୍ଟର। ଏହି କ୍ୱାର୍ଟର ଶେଷ ସୁଦ୍ଧା ଅର୍ଥାତ୍ ହାପ୍ ଟାଇମ୍ ସୁଦ୍ଧା ନେଦରଲ୍ୟାଣ୍ଡସ ପାଖରେ ଅଧିକ ସମୟ ବଲ୍ ରହିଥିଲା।
ତୃତୀୟ କ୍ୱାର୍ଟରରେ ମାଲେସିଆ ଗୋଲ୍ କରିବା ପାଇଁ ଏକାଧିକ ବଢ଼ିଆ ସୁଯୋଗ ପାଇଥିଲା। କିନ୍ତୁ ଦଳ ଏହାର ଫାଇଦା ଉଠାଇ ପାରିଲା ନାହିଁ। ନେଦରଲ୍ୟାଣ୍ଡସ ପକ୍ଷରୁ ବି ଏହି କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା।
ଚତୁର୍ଥ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଆଉ ଦୁଇଟି ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ଆଉ ଶେଷରେ ୪-୦ରେ ପରାସ୍ତ ହୋଇଥିଲା ମାଲେସିଆ।
ସୂଚନାଯୋଗ୍ୟ, ଆଜି ଖେଳା ଯାଇଥିବା ପଞ୍ଚମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଚିଲି ୩-୧ ଗୋଲ୍ରେ ହାରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।