ବର୍ଷା ପାଇଁ ଅଧାରେ ଅଟକିଲା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌

ବ୍ରିସବେନ୍‌: ଟିମ୍‌ ଇଣ୍ଡିଆ ଆଜିଠାରୁ ତା’ର ଅଷ୍ଟ୍ରେଲିଆ ମିଶନ ଆରମ୍ଭ କରିଛି। କଙ୍ଗାରୁ ଟିମ୍‌ ସହ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେବେ ଅଷ୍ଟ୍ରେଲିଆ ଇନିଂସ୍‌ର ୧୬.୧ ଓଭର୍‌ରେ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ବର୍ଷା ହେବା ବେଳକୁ ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ଦଳର ଦୁଇ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସୱେଲ ଓ ମାର୍କସ୍‌ ଷ୍ଟୋଇନିସ୍‌ […]

r2

Hemant Lenka
  • Published: Wednesday, 21 November 2018
  • , Updated: 21 November 2018, 03:06 PM IST

ବ୍ରିସବେନ୍‌: ଟିମ୍‌ ଇଣ୍ଡିଆ ଆଜିଠାରୁ ତା’ର ଅଷ୍ଟ୍ରେଲିଆ ମିଶନ ଆରମ୍ଭ କରିଛି। କଙ୍ଗାରୁ ଟିମ୍‌ ସହ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ତେବେ ଅଷ୍ଟ୍ରେଲିଆ ଇନିଂସ୍‌ର ୧୬.୧ ଓଭର୍‌ରେ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ବର୍ଷା ହେବା ବେଳକୁ ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ଦଳର ଦୁଇ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସୱେଲ ଓ ମାର୍କସ୍‌ ଷ୍ଟୋଇନିସ୍‌ ଅପରାଜିତ ରହିଛନ୍ତି। ଷ୍ଟୋଇନିସ୍‌ ୧୮ଟି ବଲ୍‌ରେ ୩୧ ରନ୍‌ କରିଥିବା ବେଳେ ମ୍ୟାକ୍ସୱେଲ ୨୪ ବଲ୍‌ରେ ୪୬ ରନ୍‌ କରିଛନ୍ତି ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା କଙ୍ଗାରୁ ଟିମ୍‌ ୨୪ ରନ୍‌ରେ ଡି ଆର୍ସି ଶଟ୍‌ଙ୍କୁ ହରାଇଥିଲା। ସେ ମାତ୍ର ୭ ରନ୍‌ କରି ଖଲୀଲ ଅହମ୍ମଦଙ୍କ ବଲ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଅଧିନାୟକ ଆରୋନ୍‌ ଫିଞ୍ଚ ଓ ବିସ୍ଫୋରକ କ୍ରିସ୍‌ ଲିନ୍‌ ଭାରତୀୟ ବୋଲରକୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଉଭୟ ୮.୩ ଓଭର୍‌ରେ ୬୪ ରନ୍‌ ସଂଗ୍ରହ କରିବା ସହ ବଡ଼ ସ୍କୋର ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ। କିନ୍ତୁ ଚାଇନାମ୍ୟାନ୍‌ କୁଲଦୀପ ଯାଦବ ଉଭୟ ଫିଞ୍ଚ(୨୭) ଓ ଲିନ୍‌(୩୭)ଙ୍କୁ ଆଉଟ୍‌ କରି ଭାରତକୁ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରାଇଥିଲେ।

୧୦.୧ ବଲ୍‌ରେ ୭୫ ରନ୍‌ କରି ୩ ୱିକେଟ୍‌ ହରାଇଥିବା ଅଷ୍ଟ୍ରେଲିଆ ପାଇଁ ମ୍ୟାକ୍ସୱେଲ୍‌ ଏବଂ ଷ୍ଟୋଇନିସ୍‌ ମଙ୍ଗ ସମ୍ଭାଳିଥିଲେ। ଉଭୟ ମାତ୍ର ୬ ଓଭର୍‌ରେ ୭୮ ରନ୍‌ ସଂଗ୍ରହ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ତେବେ ଅଷ୍ଟ୍ରେଲିଆ ଇନିଂସ୍‌ ସରିବାକୁ ଆଉ ୨୩ଟି ବଲ୍‌ ବାକିଥିବା ବେଳେ ହଠାତ୍‌ ବର୍ଷା ହେବାରୁ ମ୍ୟାଚ୍‌କୁ ପାଗ ଠିକ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୨ଟି ୱିକେଟ୍‌ ନେଇଥିବା ବେଳେ ଖଲୀଲ ଅହମ୍ମଦ ଗୋଟିଏ ୱିକେଟ୍‌ ପାଇଛନ୍ତି। ଭାରତ ଗତକାଲି ଘୋଷଣା କରିଥିବା ୧୨ ଜଣିଆ ଦଳ ମଧ୍ୟରୁ କେବଳ ୟୁଜବେନ୍ଦର ଚହଲ ଆଜିର ମ୍ୟାଚ୍ ଖେଳୁନାହାନ୍ତି।

Related story