ହଂକଂ ଓପନରୁ ପ୍ରଣୟ ଆଉଟ୍‌

ହଂକଂ: ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଏଚ୍‌.ଏସ୍‌. ପ୍ରଣୟ ଆଉଟ୍‌ ହୋଇଯାଇଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଣୟ ମାଲେସିଆର ଚୋଙ୍ଗ ୱି ଫେଙ୍ଗଙ୍କଠାରୁ ୨୧-୧୫, ୧୧-୨୧ ଓ ୧୫-୨୧ ସେଟ୍‌ରେ ପରାସ୍ତ ହୋଇଛନ୍ତି। ପ୍ରଥମ ସେଟ୍‌କୁ ପ୍ରଣୟ ୨୧-୧୫ରେ ଜିତି ଭଲ ଷ୍ଟ୍ରାଟ୍‌ କରିଥିଲେ। ତେବେ ପରବର୍ତ୍ତି ଦୁଇଟି ରାଉଣ୍ଡରେ ଚୋଙ୍ଗ କମ୍‌ବ୍ୟାକ୍‌ କରିବା ସହ ୧୧-୨୧ ଓ ୧୫-୨୧ରେ ସେଟ୍‌କୁ ଜିତି ନେଇଥିଲେ। ତେବେ ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସମୀର ବର୍ମା ଜାପାନର କାଜୁମାସ୍‌ […]

Prannoy

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 05:51 PM IST

ହଂକଂ: ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଏଚ୍‌.ଏସ୍‌. ପ୍ରଣୟ ଆଉଟ୍‌ ହୋଇଯାଇଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଣୟ ମାଲେସିଆର ଚୋଙ୍ଗ ୱି ଫେଙ୍ଗଙ୍କଠାରୁ ୨୧-୧୫, ୧୧-୨୧ ଓ ୧୫-୨୧ ସେଟ୍‌ରେ ପରାସ୍ତ ହୋଇଛନ୍ତି।

ପ୍ରଥମ ସେଟ୍‌କୁ ପ୍ରଣୟ ୨୧-୧୫ରେ ଜିତି ଭଲ ଷ୍ଟ୍ରାଟ୍‌ କରିଥିଲେ। ତେବେ ପରବର୍ତ୍ତି ଦୁଇଟି ରାଉଣ୍ଡରେ ଚୋଙ୍ଗ କମ୍‌ବ୍ୟାକ୍‌ କରିବା ସହ ୧୧-୨୧ ଓ ୧୫-୨୧ରେ ସେଟ୍‌କୁ ଜିତି ନେଇଥିଲେ।

ତେବେ ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସମୀର ବର୍ମା ଜାପାନର କାଜୁମାସ୍‌ ସାକାଇଙ୍କୁ ପରାସ୍ତ କରି ପରବର୍ତ୍ତି ରାଉଣ୍ଡକୁ ଯାଇଛନ୍ତି। ସମୀର ଏବଂ ସାକାଇଙ୍କ ମଧ୍ୟମରେ ଖେଳା ଯାଇଥିବା ୫୮ ମିନିଟ୍‌ର ମ୍ୟାଚ୍‌କୁ ସମୀର ୧୯-୨୧, ୨୧-୧୫ ଓ ୨୧-୧୧ ସେଟ୍‌ରେ ଜିତି ନେଇଥିଲେ।

Related story