ହାଉସଫୁଲ୍‌ ଷ୍ଟାଡିୟମ୍‌: ବିଦେଶୀ ଖେଳାଳିଙ୍କୁ ଆଶ୍ଚର୍ଯ୍ୟ କଲା ଭୁବନେଶ୍ୱର କ୍ରାଉଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଦଘାଟିତ ହୋଇଯାଇଛି ବିଶ୍ୱ ହକି ଲିଗ୍‌ ଫାଇନାଲ। ଉଦଘାଟନୀ ଦିନର ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ମ୍ୟାଚ୍‌ ୧-୧ ଗୋଲରେ ଡ୍ର ରହିଛି। ହେଲେ ଏହି ଉଦଘାଟନୀ ସନ୍ଧ୍ୟାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଆଜି କଳିଙ୍ଗ ଷ୍ଟାଡିୟମ ହାଉସ୍‌ଫୁଲ୍‌ ଥିଲା। ଲୋକଙ୍କ ଉପସ୍ଥିତି ଖଚାଖଚ୍‌ ଭରିଯାଇଥିଲା।  ଏଭଳି କ୍ରାଉଡ୍‌ ଦେଖି କେବଳ ଦର୍ଶକ ନୁହଁନ୍ତି ଭାରତ ଓ ଅଷ୍ଟ୍ରେଲିଆର ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିଥିଲା। ବିଶେଷ କରି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମ ବେଶ ଆଶ୍ଚର୍ଯ୍ୟ କରିଥିଲା। ଅଷ୍ଟ୍ରେଲିଆ ଖେଳାଳି ହାତ ହଲାଇ କଲିଙ୍ଗ ଷ୍ଟାଡିୟମର ଉପସ୍ଥିତ ଦର୍ଶକଙ୍କୁ ଅଭିନନ୍ଦନ କରିଥିଲେ। ଏଭଳି କ୍ରାଉଡ୍‌ ହୁଏତ ସେମାନେ ଅନ୍ୟ କେଉଁଠି ଦେଖିନଥିବେ।

ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଖି ଝଲସିବା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୁଗ୍ଧ କରିଥିଲା। କେବଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନୁହେଁ ଭଳିକି ଭଳି ଆତସବାଜି ମଧ୍ୟ ଉପସ୍ଥିତ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଥିଲା। ପାଖାପାଖି ୧୫ ମିନିଟ ଧରି ଆତସବାଜି ଲୋକଙ୍କୁ  ବେଶ ମନୋରଞ୍ଜନର ଖୋରାଜ ଯୋଗାଇଥିଲା।

World Hockey League Bhubaneswar

ବିଶ୍ୱ ହକି ଲିଗ୍‌ର ଉଦ୍‌ଘାଟନୀ ସମାରୋହରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ #WorldHockeyLeague

Odisha Reporter यांनी वर पोस्ट केले शुक्रवार, १ डिसेंबर, २०१७