ଏଚ୍‌ସିଏ ନିର୍ବାଚନ ଉପରେ ରହିତାଦେଶ ଦେବାକୁ ମନା କଲେ ହାଇଦ୍ରାବାଦ ହାଇକୋର୍ଟ

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (ଏଚ୍‌ସିଏ) ନିର୍ବାଚନ ଉପରେ ରହିତାଦେଶ ଦେବାକୁ ହାଇଦ୍ରାବାଦ ହାଇକୋର୍ଟ ଆଜି ମନା କରିଦେଇଛନ୍ତି। ଏଚ୍‌ସିଏର ନିର୍ବାଚନ ଆସନ୍ତା ୧୭ ତାରିଖରେ ହେବ। କୋର୍ଟ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି,“ପୂର୍ବ ନିର୍ଦ୍ଧାରିତ ସୂଚୀରେ ନିର୍ବାଚନ ଅନୁଷ୍ଠିତ ହେବ। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହାର ଫଳାଫଳ ଘୋଷଣା ହେବ ନାହିଁ। ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ। ଏଚ୍‌ସିଏର ଜଣେ ଅଧିକାରୀ କରିଥିବା ଆବେଦନର ଶୁଣାଣି […]

HC_Hyderabad

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 10:54 PM IST

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (ଏଚ୍‌ସିଏ) ନିର୍ବାଚନ ଉପରେ ରହିତାଦେଶ ଦେବାକୁ ହାଇଦ୍ରାବାଦ ହାଇକୋର୍ଟ ଆଜି ମନା କରିଦେଇଛନ୍ତି। ଏଚ୍‌ସିଏର ନିର୍ବାଚନ ଆସନ୍ତା ୧୭ ତାରିଖରେ ହେବ।

କୋର୍ଟ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି,“ପୂର୍ବ ନିର୍ଦ୍ଧାରିତ ସୂଚୀରେ ନିର୍ବାଚନ ଅନୁଷ୍ଠିତ ହେବ। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହାର ଫଳାଫଳ ଘୋଷଣା ହେବ ନାହିଁ। ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

ଏଚ୍‌ସିଏର ଜଣେ ଅଧିକାରୀ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନ ହେଉ ନ ଥିବାରୁ ଏହାକୁ ରଦ୍ଦ କରିବା ପାଇଁ ଆବେଦନକାରୀ ଦର୍ଶାଇ ଥିଲେ।

Related story