କୋହଲିଙ୍କୁ ନେଇ ଏମିତି କହିଲେ ଗାଙ୍ଗୁଲି

ମୁମ୍ବାଇ: ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଭାରତୀୟ କ୍ରିକେଟ୍ ଟିମର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି କହିଛନ୍ତି। ଏହା ସହ ସେ କୋହଲିଙ୍କ ଯଥାସମ୍ଭବ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବୁଧବାର ବିସିସିଆଇର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଗାଙ୍ଗୁଲି କହିଛନ୍ତି, “ମୁଁ କୋହଲିଙ୍କ ସହ ଗୁରୁବାର କଥା ହେବି। ସେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଏବଂ ଭାରତୀୟ କ୍ରିକେଟ୍ ଟିମର ସବୁଠାରୁ ମୁଖ୍ୟ ସଦସ୍ୟ। ମୁଁ ତାଙ୍କୁ ସବୁ ପ୍ରକାରର […]

khohli

khohli

Ranjit Kumar Jena
  • Published: Wednesday, 23 October 2019
  • Updated: 23 October 2019, 06:33 PM IST

Sports

Latest News

ମୁମ୍ବାଇ: ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଭାରତୀୟ କ୍ରିକେଟ୍ ଟିମର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି କହିଛନ୍ତି। ଏହା ସହ ସେ କୋହଲିଙ୍କ ଯଥାସମ୍ଭବ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବୁଧବାର ବିସିସିଆଇର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଗାଙ୍ଗୁଲି କହିଛନ୍ତି, "ମୁଁ କୋହଲିଙ୍କ ସହ ଗୁରୁବାର କଥା ହେବି। ସେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଏବଂ ଭାରତୀୟ କ୍ରିକେଟ୍ ଟିମର ସବୁଠାରୁ ମୁଖ୍ୟ ସଦସ୍ୟ। ମୁଁ ତାଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛି। ସେ ଟିମକୁ ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ କରିବାକୁ ଚାହାନ୍ତି ଏବଂ ଏଥିପାଇଁ ସେ ଆମଠାରୁ ଯେଉଁ ସହାୟତା ଚାହିଁବେ, ଆମେ ତାଙ୍କୁ ପ୍ରଦାନ କରିବୁ। ଗତ ତିନି-ଚାରି ବର୍ଷ ହେବ ଟିମ୍ ଯେଉଁ ଭଳି ଖେଳିଆସୁଛି, ସେହି ଦୃଷ୍ଟିରୁ ଏହି ଟିମ୍ ଶ୍ରେଷ୍ଠ।"

ଗାଙ୍ଗୁଲି ଆହୁରି କହିଛନ୍ତି, "ମୁଁ ଟିମ୍ ମ୍ୟାନେଜମେଣ୍ଟ ଏବଂ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବି। ମୁଁ ସମସ୍ତଙ୍କ ସହ ଚର୍ଚ୍ଚା କରିବି। ମୁଁ ଏତିକି ସମସ୍ତଙ୍କୁ ଅବଗତ କରାଇ ଦେବାକୁ ଚାହୁଁଛି ଯେ, ମୁଁ ସେମାନଙ୍କର (ଖେଳାଳି) ଜୀବନକୁ କଷ୍ଟ ନୁହେଁ ବରଂ ସରଳ କରିବାକୁ ଆସିଛି। ଟିମ୍ ପାଇଁ ବଡ଼ କଥା ହେଉଛି ପ୍ରଦର୍ଶନ। ବର୍ତ୍ତମାନ ଭାରତୀୟ ଟିମର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଏଥିପାଇଁ ଆମେ ଭାରତୀୟ କ୍ରିକେଟର ଭବିଷ୍ୟତ ଉପରେ ନିଷ୍ପତ୍ତି ନେବୁ। ଆମେ ବିରାଟଙ୍କ କଥା ଶୁଣିବୁ ଏବଂ ସେ ଯାହା ଚାହିଁବେ ତାଙ୍କୁ ସବୁକିଛି ଯୋଗାଇ ଦିଆଯିବ। ମୁଁ ମଧ୍ୟ କ୍ୟାପଟେନ୍ ରହିସାରିଛି, ଏଥିପାଇଁ ମୁଁ ଏସବୁକୁ ଭଲ ଭାବେ ବୁଝେ। କ୍ରିକେଟ୍ ପାଇଁ ଯାହା ସର୍ବଶ୍ରେଷ୍ଠ ହେବ, କେବଳ ତାହା ଉପରେ ଆଲୋଚନ ହେବ।"

ଆଇସିସି ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନକୁ ନେଇ ଗାଙ୍ଗୁଲି କହିଛନ୍ତି, ଭାରତ ବିଶ୍ୱକପ୍ ଜିତିନପାରିବା ନେଇ ସମସ୍ତେ ନିରାଶ ଥିଲେ। କିନ୍ତୁ ଗୋଟିଏ କଥା କହିବାକୁ ଚାହୁଁଛି, ଗୋଟିଏ ଟିମ୍ ସବୁ ବେଳେ ବିଶ୍ୱକପ୍ ଜିତିପାରିବ ନାହିଁ। ବର୍ତ୍ତମାନ ଟିମକୁ ସମର୍ଥନ କରିବା ଆମ ଦାୟିତ୍ୱ। ତିନୋଟି ଯାକ ଫର୍ମାଟ୍ ପାଇଁ ଅଲଗା ଅଲଗା କ୍ୟାପଟେନ୍ ନିଯୁକ୍ତି ନେଇ ଗାଙ୍ଗୁଲି କହିଛନ୍ତି, ମୋ ମତରେ ବର୍ତ୍ତମାନ ଏହା ଉପରେ କୌଣସି ଚର୍ଚ୍ଚାର ଆବଶ୍ୟକତା ନାହିଁ। ଭାରତ ବର୍ତ୍ତମାନ ଲଗାତାର ମ୍ୟାଚ୍ ଜିତୁଛି ଏବଂ ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍। ତେଣୁ ଆଗକୁ କ'ଣ ନିଷ୍ପତ୍ତି ନିଆଯିବ, ତାହା କ୍ୟାପଟେନ୍ କୋହଲିଙ୍କ ସହ ବିସ୍ତୁତ ଆଲୋଚନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story