ନିଜ ହ୍ୟାଟ୍ରିକ୍ ସଫଳତା ବିଷୟରେ କ'ଣ କହିଲେ କରାନ୍

ମୋହାଲି: ଆଇପିଏଲରେ ହ୍ୟାଟ୍ରିକ୍ ନେବାରେ ସବୁଠାରୁ କନିଷ୍ଠ ବୋଲର ହୋଇଥିବା କିଙ୍ଗସ ଇଲେଭେନ୍ ପଞ୍ଜାବର ଅଲରାଉଣ୍ଡର ସାମ କରାନ୍ ନିଜର ଏହି ବଡ଼ ସଫଳତା ବିଷୟରେ ଅବଗତ ନଥିଲେ। ସେ କହିଛନ୍ତି, ‘ମୋତେ ହ୍ୟାଟ୍ରିକ୍ ବିଷୟରେ ଆଦୌ ଜଣାନଥିଲା। ଯେତେବେଳେ ଆମେ ମ୍ୟାଚ୍ ଜିତିଲୁ, ସେହି ସମୟରେ ଜଣେ ଖେଳାଳି ମୋ ପାଖକୁ ଆସି କହିଥିଲେ ଯେ, ମୁଁ ହ୍ୟାଟ୍ରିକ୍ ନେଇଛି।’ ଏକ ସମୟରେ ଦିଲ୍ଲୀକୁ ବିଜୟ ପାଇଁ ୨୧ ବଲରେ ୨୩ ରନ୍ ଆବଶ୍ୟକ ଥିଲା […]

curr

curr

Ranjit Kumar Jena
  • Published: Tuesday, 02 April 2019
  • Updated: 02 April 2019, 04:58 PM IST

Sports

Latest News

ମୋହାଲି: ଆଇପିଏଲରେ ହ୍ୟାଟ୍ରିକ୍ ନେବାରେ ସବୁଠାରୁ କନିଷ୍ଠ ବୋଲର ହୋଇଥିବା କିଙ୍ଗସ ଇଲେଭେନ୍ ପଞ୍ଜାବର ଅଲରାଉଣ୍ଡର ସାମ କରାନ୍ ନିଜର ଏହି ବଡ଼ ସଫଳତା ବିଷୟରେ ଅବଗତ ନଥିଲେ। ସେ କହିଛନ୍ତି, 'ମୋତେ ହ୍ୟାଟ୍ରିକ୍ ବିଷୟରେ ଆଦୌ ଜଣାନଥିଲା।

ଯେତେବେଳେ ଆମେ ମ୍ୟାଚ୍ ଜିତିଲୁ, ସେହି ସମୟରେ ଜଣେ ଖେଳାଳି ମୋ ପାଖକୁ ଆସି କହିଥିଲେ ଯେ, ମୁଁ ହ୍ୟାଟ୍ରିକ୍ ନେଇଛି।' ଏକ ସମୟରେ ଦିଲ୍ଲୀକୁ ବିଜୟ ପାଇଁ ୨୧ ବଲରେ ୨୩ ରନ୍ ଆବଶ୍ୟକ ଥିଲା ଏବଂ ଟିମର ୭ ୱିକେଟ ବାକି ଥିଲା। କିନ୍ତୁ କରାନ୍ ବାଜି ପଲଟାଇ ମ୍ୟାଚକୁ ନିଜ ଟିମ ସପକ୍ଷରେ କରିଥିଲେ।

କରାନ ଆହୁରି କହିଛନ୍ତି, ମୋତେ କ'ଣ କରିବାକୁ ହେବ, ତାହା ଅଶ୍ୱିନ କହିଥିଲେ। ରିୟାନ୍ ହାରିସ୍ ଥାର୍ଡମ୍ୟାନରେ ଫିଲ୍ଡିଂ କରୁଥିଲେ। ବ୍ୟାଟ୍ସମ୍ୟାନ କେଉଁଠି ଶଟ୍ ମାରିବେ, ତାହା ମୁଁ ଅନ୍ୟ ଖେଳାଳିମାନଙ୍କୁ ପଚାରିଥିଲି ଏବଂ ସେମାନଙ୍କ ସହାୟତା ଦ୍ୱାରା ମୁଁ ସଫଳ ହୋଇପାରିଲି। ଏହାଛଡ଼ା ଶେଷ ଦୁଇ ଓଭରରେ ମହମ୍ମଦ ସାମି ମଧ୍ୟ ଚମତ୍କାର ବୋଲିଂ କରିଥିଲେ, ଯାହାର ଫାଇଦା ମୋତେ ମିଳିଥିଲା ବୋଲି କରାନ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos