ସଚିନ୍ ଶୁଭେଚ୍ଛା ଜଣାଇବା ପରେ ପୃଥ୍ୱୀ ଶ’ କହିଲେ...

ରାଜକୋଟ୍‌: ପୃଥ୍ୱୀ ଶ’ଙ୍କ ପଦାର୍ପଣ ଟେଷ୍ଟ୍‌ ଶତକ ସମସ୍ତଙ୍କ ମନ ଜିଣି ପାରିଛି। ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ଜୀବନର ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିବା ଶ’ଙ୍କୁ ସଚିନ୍ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଶ’ଙ୍କ ଏକ ଫଟୋ ପୋଷ୍ଟ୍ କରି ସଚିନ୍ ଲେଖିଛନ୍ତି,“ତୁମର ପ୍ରଥମ ଇନିଂସ୍‌ରେ ଏମିତି ଆକ୍ରମଣାତ୍ମକ ବ୍ୟାଟିଂ ଦେଖି ବହୁତ ଭଲ ଲାଗିଲା। ନିର୍ଭୟରେ ବ୍ୟାଟିଂ ଜାରି ରଖ।” Lovely to see […]

PrithviShaw

PrithviShaw

Jitendra Garnayak
  • Published: Friday, 05 October 2018
  • Updated: 05 October 2018, 10:17 AM IST

Sports

Latest News

ରାଜକୋଟ୍‌: ପୃଥ୍ୱୀ ଶ’ଙ୍କ ପଦାର୍ପଣ ଟେଷ୍ଟ୍‌ ଶତକ ସମସ୍ତଙ୍କ ମନ ଜିଣି ପାରିଛି। ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବି ଏଥିରୁ ବାଦ୍ ପଡ଼ି ନାହାନ୍ତି।
ଜୀବନର ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିବା ଶ’ଙ୍କୁ ସଚିନ୍ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ଶ’ଙ୍କ ଏକ ଫଟୋ ପୋଷ୍ଟ୍ କରି ସଚିନ୍ ଲେଖିଛନ୍ତି,“ତୁମର ପ୍ରଥମ ଇନିଂସ୍‌ରେ ଏମିତି ଆକ୍ରମଣାତ୍ମକ ବ୍ୟାଟିଂ ଦେଖି ବହୁତ ଭଲ ଲାଗିଲା। ନିର୍ଭୟରେ ବ୍ୟାଟିଂ ଜାରି ରଖ।”

ସଚିନ୍‌ଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ପୃଥ୍ୱୀ ଶ’ଙ୍କୁ ଉତ୍ସାହିତ କରିଛି। କାରଣ ସେ ସଚିନ୍‌ଙ୍କୁ ତାଙ୍କର ଆଦର୍ଶ ମାନନ୍ତି। ଗତକାଲି ମ୍ୟାଚ୍‌ ପରେ ଟ୍ୱିଟ୍‌ରରେ ଏକ ଭିଡିଓ ପୋଷ୍ଟ୍‌ କରି ସଚିନ୍‌ଙ୍କୁ ଶ’ ଧନ୍ୟବାଦ୍ ଜଣାଇଥିଲେ।

[caption id="attachment_284057" align="aligncenter" width="750"]pruthishaw ସଚିନ୍‌ଙ୍କ ସହ ଶ’, ଏକ ବିଶେଷ ମୁହୂର୍ତ୍ତର ଫଟୋ[/caption]

ଏହି ଭିଡିଓରେ ଶ’ ପ୍ରଥମେ ସଚିନ୍‌ଙ୍କୁ ସାର୍ ସମ୍ବୋଧନ କରିଥିଲେ ଓ ସେ କରିଥିବା ଟ୍ୱିଟ୍‌କୁ ପଢ଼ିଥିଲେ।

ତା’ପରେ ସେ କହିଥିଲେ,“ସଚିନ୍ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍। ଆପଣଙ୍କର ଏହି ଟ୍ୱିଟ୍ ମୋ ପାଇଁ ବହୁତ ଗୁରୁତ୍ୱ ବହନ କରେ। ଛୋଟ ବେଳେ ଆପଣ ଯେଉଁ ସବୁ ଟିପ୍ସ ମତେ ଦେଇଥିଲେ, ମୁଁ ସେଗୁଡ଼ିକୁ ଆପଣାଇଛି। ମୁଁ ଆପଣଙ୍କୁ କେବେ ହେଲେ ନିରାଶ କରିବିନି।”

ସୂଚନାଯୋଗ୍ୟ, ଡେବ୍ୟୁ ଟେଷ୍ଟରେ ଶତକ ମାରିବାରେ ପୃଥ୍ୱୀ ଶ’ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ। ସେ ୧୮ ବର୍ଷ ୩୨୯ ଦିନର ହୋଇଥିବା ବେଳେ ନିଜର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି ଓ ଏଥିରେ ଶତକ ମାରିଛନ୍ତି।

ସଚିନ ତେନ୍ଦୁଲକର ମାତ୍ର ୧୭ ବର୍ଷ ୧୦୭ ଦିନର ହୋଇଥିବା ବେଳେ ଟେଷ୍ଟ୍‌ ମ୍ୟାଚ୍‌ରେ ଶତକ ମାରିଥିଲେ। ତେବେ ତାହା ତାଙ୍କର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ନଥିଲା। ଡେବ୍ୟୁ ଟେଷ୍ଟରେ ସଚିନ୍ ମାତ୍ର ୧୫ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos