ଦୁବାଇ: ପୁଣି ମନ୍ଥର ବୋଲିଂ ପାଇଁ ଭାରତୀୟ ଟିମ୍ ଉପରେ ଜୋରିମାନା ଲାଗିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ମନ୍ଥର ବୋଲିଂ ପାଇଁ ଭାରତୀୟ କ୍ରିକେଟ୍ ଟିମ ଉପରେ ମ୍ୟାଚ୍ ଫି'ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ ଏହି ଜୋରିମାନା ଲଗାଇଛନ୍ତି।
ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍ ପକାଇଥିଲା। ଫିଲ୍ଡ ଅମ୍ପାୟାର କ୍ରିସ୍ ବ୍ରାଉନ୍ ଓ ଶନ୍ ହେଗ୍ ଏବଂ ତୃତୀୟ ଅମ୍ପାୟାର ଭାରତୀୟ ଦଳ ଉପରେ ଏହି ଅଭିଯୋଗ ଲଗାଇଥିଲେ। ଭାରତର କାମଚଳା କ୍ୟାପଟେନ୍ ରୋହିତ୍ ଶର୍ମା ନିଜ ଭୁଲକୁ ସ୍ୱୀକାର କରିଛନ୍ତି, ଯେଉଁକାରଣରୁ ବିଦ୍ଧିବଦ୍ଧ ଶୁଣାଣିର ଆବଶ୍ୟକତା ହୋଇନାହିଁ।
ଭାରତୀୟ ଟିମ୍ ଉପରେ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ମନ୍ଥର ବୋଲିଂ କାରଣରୁ ଜୋରିମାନା ଲାଗିଛି। ଏହା ପୂର୍ବରୁ ୱେଷ୍ଟପାକ୍ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ଓଭର ମଧ୍ୟରେ ଦୁଇ ଓଭର୍ କମ୍ ପକାଇଥିଲା, ଯେଉଁକାରଣରୁ ଟିମ୍ ଉପରେ ମ୍ୟାଚ୍ ଫି'ର ୪୦ପ୍ରତିଶତ ଜୋରିମାନା ଲାଗିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୦ ଦିନର ଉଦ୍ୟମ ପରେ ବୋରୱେଲରୁ ଉଦ୍ଧାର ହେଲା ଚେତନା, ମୃତ ଘୋଷଣା କଲେ ଡାକ୍ତର
ଡିସେମ୍ବର ୨୩ ଅପରାହ୍ନରେ ଖେଳୁଥିବାବେଳେ ବୋରୱେଲରେ ଖସି ପଡ଼ିଥିଲା ୩ ବର୍ଷର ଝିଅ ଚେତନା। ୧୦ ଦିନର ଅହରହ ଉଦ୍ୟମ ପରେ ୭୦୦ ଫୁଟ ଗଭୀର ବୋରୱେଲରୁ ଚେତନାକୁ ଉଦ୍ଧାର କରାଯାଇଥିଲା।
National
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ଡିଏପି ସାର ଉପରେ ମିଶିବ ଅତିରିକ୍ତ ସବସିଡି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିହେବେ ଆଉ ୪ କୋଟି କୃଷକ।
Weather
୧୯୦୧ ମସିହା ପରେ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ୨୦୨୪
୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ। ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି।
National
କେଉଁଠି ହେବ ମନମୋହନଙ୍କ ସ୍ମାରକ ସ୍ଥଳୀ? ଏହି ସବୁ ସ୍ଥାନ ନେଇ ପରିବାରକୁ ପ୍ରସ୍ତାବ ଦେଲା କେନ୍ଦ୍ର
ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।
Crime
ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ
ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।