ବିସିସିଆଇ ଠାରୁ କ୍ଷତିପୂରଣ ଦାବି କରି ନିରାଶ ହେଲା ପାକ୍‌ କ୍ରିକେଟ୍‌ ବୋର୍ଡ

ମୁମ୍ବାଇ: ଭାରତ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳିବାକୁ ପାକିସ୍ତାନ ଆସୁନାହିଁ। ଏଥିପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ କୋଟି କୋଟି ଟଙ୍କାର କ୍ଷତି ସହୁଛି। ଏଥିପାଇଁ ବିସିସିଆଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ କ୍ଷତି ପୂରଣ ଦେବା ଦରକାର ବୋଲି ଦାବି କରି ପାକିସ୍ତାନ ଆଇସିସି ନିକଟରେ ଫେରାଦ ହୋଇଥିଲା। କିନ୍ତୁ ଆଇସିସିର ବିବାଦ ସମାଧାନ କରୁଥିବା କମିଟି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ସମସ୍ତ ଅଭିଯୋଗ ଓ ଦାବିକୁ ଅଗ୍ରାହ୍ୟ କରିଦେଇଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଗତବର୍ଷ ଆଇସିସି ନିକଟରେ […]

b

Hemant Lenka
  • Published: Tuesday, 20 November 2018
  • , Updated: 20 November 2018, 04:30 PM IST

ମୁମ୍ବାଇ: ଭାରତ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳିବାକୁ ପାକିସ୍ତାନ ଆସୁନାହିଁ। ଏଥିପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ କୋଟି କୋଟି ଟଙ୍କାର କ୍ଷତି ସହୁଛି। ଏଥିପାଇଁ ବିସିସିଆଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ କ୍ଷତି ପୂରଣ ଦେବା ଦରକାର ବୋଲି ଦାବି କରି ପାକିସ୍ତାନ ଆଇସିସି ନିକଟରେ ଫେରାଦ ହୋଇଥିଲା। କିନ୍ତୁ ଆଇସିସିର ବିବାଦ ସମାଧାନ କରୁଥିବା କମିଟି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ସମସ୍ତ ଅଭିଯୋଗ ଓ ଦାବିକୁ ଅଗ୍ରାହ୍ୟ କରିଦେଇଛି।

ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଗତବର୍ଷ ଆଇସିସି ନିକଟରେ ଏଭଳି ଅଭିଯୋଗ କରି ବିସିସିଆଇଠାରୁ ୭୦ ମିଲିୟନ୍‌ ଡଲାର (ପ୍ରାୟ ପାଞ୍ଚଶହ କୋଟି) କ୍ଷତିପୂରଣ ମାଗିଥିଲା। ତେବେ ଆଇସିସି ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି କରିଥିଲେ। ଆଇସିସି ଡିସପ୍ୟୁଟ୍‌ ପ୍ୟାନେଲ୍‌ ପାକିସ୍ତାନର ସମସ୍ତ ଆବେଦନକୁ ଅଗ୍ରାହ୍ୟ କରିଥିଲେ।

ଭାରତ-ପାକିସ୍ତାନ ମଧ୍ୟରେ କୂଟନୀତିକ ବିବାଦ ଲାଗି ରହିଥିବାରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ହୋଇପାରିବ ନାହିଁ ବୋଲି ନୂଆଦିଲ୍ଲୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାକିସ୍ତାନ ଆତଙ୍କବାଦ ବନ୍ଦ କଲେ ଭାରତ ଦ୍ୱିପାକ୍ଷିକ ସିରିଜ୍‌ ଖେଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

Related story