ଆଇସିସି ଟେଷ୍ଟ ମାନ୍ୟତା: ସ୍ମିଥ୍ ୧ ନମ୍ବର, ବିରାଟ ୧୧

ଦୁବାଇ: ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ବନି ଯାଇଛନ୍ତି ବିଶ୍ୱର ଏକ ନମ୍ୱର ବ୍ୟାଟ୍ସମ୍ୟାନ୍। ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତା ତାଲିକାରେ ତାଙ୍କୁ ମିଳିଛି ଶୀର୍ଷ ସ୍ଥାନ। ଶ୍ରୀଲଙ୍କାର କୁମାର ସାଙ୍ଗାକାରଙ୍କୁ ପଛରେ ପକାଇ ସେ ହାସଲ କରିଛନ୍ତି ଏକ ନମ୍ୱର ସ୍ଥାନ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୯୯ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୫୪ ରନ୍ କରି ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍  ହୋଇଥିଲେ । […]

steave

steave

Rakesh Mallick
  • Published: Monday, 15 June 2015
  • Updated: 15 June 2015, 12:36 PM IST

Sports

Latest News

ଦୁବାଇ: ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ବନି ଯାଇଛନ୍ତି ବିଶ୍ୱର ଏକ ନମ୍ୱର ବ୍ୟାଟ୍ସମ୍ୟାନ୍। ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତା ତାଲିକାରେ ତାଙ୍କୁ ମିଳିଛି ଶୀର୍ଷ ସ୍ଥାନ। ଶ୍ରୀଲଙ୍କାର କୁମାର ସାଙ୍ଗାକାରଙ୍କୁ ପଛରେ ପକାଇ ସେ ହାସଲ କରିଛନ୍ତି ଏକ ନମ୍ୱର ସ୍ଥାନ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୯୯ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୫୪ ରନ୍ କରି ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍  ହୋଇଥିଲେ । ଆଉ ଏହା ତାଙ୍କୁ ନମ୍ୱର ୧ ଆସନରେ ବସାଇବାରେ ସାହାଯ୍ୟ କଲା। ମଜା କଥା ହେଉଛି , ୨୦୧୦ରେ ସ୍ମିଥ୍ ତାଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟର ପାକିସ୍ତାନ ବିରୋଧରେ ଜଣେ ଲେଗ୍ ସ୍ପିନର୍ ଭାବେ ଆରମ୍ଭ କରିଥିଲେ ।

 ୨୦୧୨ରେ ମାଇକେଲ କ୍ଲାର୍କଙ୍କ ପରେ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା ତାଲିକାରେ ସ୍ମିଥ୍  ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ସ୍ମିଥ୍ ଏବେ ଭଲ ଫର୍ମରେ ଅଛନ୍ତି । ଗତ ଛଅଟି ଟେଷ୍ଟରେ ସେ ପାଞ୍ଚଟି ଶତକ  କରିଛନ୍ତି । ଗତ ଏକ ବର୍ଷରେ  ଟେଷ୍ଟ କ୍ରିକେଟରେ ସ୍ମିଥ୍ ୧୦୨.୨୬ ହାରରେ ୧୨୨୬ ରନ୍ କରିଛନ୍ତି ।

ଅନ୍ୟପକ୍ଷରେ ଚଳିତବର୍ଷ ଜାନୁଆରୀ ମାସରୁ  ଏକ ନମ୍ୱର ସ୍ଥାନରେ ରହିଆସିଥିବା ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା  ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ଓ ହାଶିମ୍ ଅମଲା ଚତୁର୍ଥ ସ୍ଥାନରେ ଅଛନ୍ତି ।

 ବାଲାଂଦେଶ ବିରୋଧରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ମାତ୍ର ୧୪ ରନ କରି ପାରିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟପ୍ -୧୦ରୁ ବାହାର ହୋଇଯାଇଛନ୍ତି। ସେ ୧୧ ନମ୍ୱର ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟପକ୍ଷରେ ୧୫୦ ରନର ପାଳି ଖେଳିଥିବା ମୂରଲୀ ବିଜୟ ୨୦ ନମ୍ୱର ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos