ଅଣ୍ଡର୍‌-୧୯ ବିଶ୍ୱକପ୍‌: ଭାରତର ଦମଦାର ଆରମ୍ଭ

ବ୍ଲୋଏମଫୋଣ୍ଟେନ୍‌: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଭାରତ ତା’ର ପ୍ରଥମ ମ୍ୟାଚରେ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ୯୦ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଗ୍ରୁପ୍‌-ଏ’ର ଏହି ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୭ ରନ୍ କରିଥିଲା। ଭାରତ ପକ୍ଷରୁ ଶୀର୍ଷ ଚାରି ବ୍ୟାଟ୍ସମ୍ୟାନ୍ ଯଥା ଓପ୍ନର ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୫୯ […]

u-19

u-19

Ranjit Kumar Jena
  • Published: Sunday, 19 January 2020
  • Updated: 19 January 2020, 10:04 PM IST

Sports

Latest News

ବ୍ଲୋଏମଫୋଣ୍ଟେନ୍‌: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଭାରତ ତା'ର ପ୍ରଥମ ମ୍ୟାଚରେ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ୯୦ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଗ୍ରୁପ୍‌-ଏ'ର ଏହି ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୭ ରନ୍ କରିଥିଲା।

ଭାରତ ପକ୍ଷରୁ ଶୀର୍ଷ ଚାରି ବ୍ୟାଟ୍ସମ୍ୟାନ୍ ଯଥା ଓପ୍ନର ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୫୯ (୭୪ ବଲ୍‌, ୮ ଚୌକା), କ୍ୟାପଟେନ୍ ପ୍ରିୟମ ଗର୍ଗ ୫୬ (୭୨ ବଲ୍‌), ତିଳକ ବର୍ମା ୪୬ ଓ ଦିବ୍ୟାଂଶ ସାକ୍ସେନା ୨୩ ରନ୍ କରିଥିଲେ। ଧ୍ରୁବ ଜୁରେଲ୍ ୫୨ (୪୮ ବଲ୍‌, ୩ ଚୌକା, ୧ ଛକା) ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସିଦ୍ଦେଶ ବୀର ୪୪ (୨୭ ବଲ୍‌, ୬ ଚୌକା, ୧ ଛକା) ରନ୍ କରି ଭାରତକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

୨୯୮ ରନର ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ୪୫.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। ଶ୍ରୀଲଙ୍କା କ୍ୟାପଟେନ୍ ନିପୁନ୍ ଦନଞ୍ଜୟ ୫୦, ରବିନ୍ଦୁ ରସନ୍ତା ୪୯ ଓ କାମିଲ୍ ମିଶାରା ୩୯ ରନ୍ କରିଥିଲେ। ଭାରତର ଆକାଶ ସିଂହ, ସିଦ୍ଦେଶ ଓ ରବି ବିଷ୍ଣୋଇ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos