ଆଇସିସି ମହିଳା ବିଶ୍ୱକପ୍ ତାରିଖ ଘୋଷଣା

କ୍ରାଏଷ୍ଟଚର୍ଚ୍ଚ: ୨୦୨୧ରେ ନ୍ୟୁଜିଲ୍ୟାଣ୍ଡରେ ହେବାକୁଥିବା ଆଇସିସି ମହିଳା ବିଶ୍ୱକପ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ୨୦୨୧ ଜାନୁଆରୀ ୩୦ରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପଞ୍ଚମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ମିଳିତ କିମ୍ବା ଏକାକୀ ଆଇସିସିର କୌଣସି ବଡ଼ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଏହା ପୂର୍ବରୁ ୧୯୮୨, ୨୦୦୦ରେ ମହିଳା ଏବଂ ୧୯୯୨ ଓ ୨୦୧୫ରେ ପୁରୁଷ ବିଶ୍ୱକପ୍ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ହୋଇଥିଲା। ଆୟୋଜକ ଦେଶ ଭାବେ […]

icc

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 09:54 PM IST

କ୍ରାଏଷ୍ଟଚର୍ଚ୍ଚ: ୨୦୨୧ରେ ନ୍ୟୁଜିଲ୍ୟାଣ୍ଡରେ ହେବାକୁଥିବା ଆଇସିସି ମହିଳା ବିଶ୍ୱକପ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ୨୦୨୧ ଜାନୁଆରୀ ୩୦ରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ପଞ୍ଚମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ମିଳିତ କିମ୍ବା ଏକାକୀ ଆଇସିସିର କୌଣସି ବଡ଼ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଏହା ପୂର୍ବରୁ ୧୯୮୨, ୨୦୦୦ରେ ମହିଳା ଏବଂ ୧୯୯୨ ଓ ୨୦୧୫ରେ ପୁରୁଷ ବିଶ୍ୱକପ୍ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ହୋଇଥିଲା।

ଆୟୋଜକ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡ୍ ସିଧାସଳଖ କ୍ୱାଲିଫାଏ କରିଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ୩୧ ମ୍ୟାଚ୍ ଖେଳିବେ। ତେବେ ଆଇସିସି ମହିଳା ଚାମ୍ପିଅନଶିପର ଶୀର୍ଷ ଚାରି ସ୍ଥାନରେ ଥିବା ଟିମ୍ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟକୁ ସିଧାସଳଖ ପ୍ରବେଶ କରିବେ।

ବାକି ତିନି ଟିମ୍ କ୍ୱାଲିଫାୟର୍ ଜରିଆରେ ବିଶ୍ୱକପରେ ସ୍ଥାନ ହାସଲ କରିବାକୁ ସୁଯୋଗ ମିଳିବ। ବର୍ତ୍ତମାନ ଆଇସିସି ମହିଳା ଚାମ୍ପିଅନଶିପର ଶୀର୍ଷ ଚାରୋଟି ସ୍ଥାନରେ ଯଥାକ୍ରମେ ଅଷ୍ଟ୍ରେଲିଆ (୨୨ ପଏଣ୍ଟ), ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ (୨୨ ପଏଣ୍ଟ), ଭାରତ (୬ ପଏଣ୍ଟ) ଓ ଦକ୍ଷିଣ ଆଫ୍ରିକା (୧୬ ପଏଣ୍ଟ) ରହିଛନ୍ତି।

Related story