ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ଏମିତି କହିଲେ ହରମନପ୍ରୀତ୍‌

ସିଡନୀ: ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ମହିଳା ଟି-୨୦ ବିଶ୍ୱକପ୍। ଏଥିପାଇଁ ସବୁ ଦଳର ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ। ମ୍ୟାଚ୍ ପୂର୍ବରୁ ଭାରତର କ୍ୟାପଟେନ୍ ହରମନପ୍ରୀତ କୌର୍ ଟିମର ପ୍ରସ୍ତୁତିକୁ ନେଇ ମୁହଁ ଖୋଲିଛନ୍ତି। କୌର୍ କହିଛନ୍ତି, ଆମେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଅଛୁ ଏବଂ ସକାରାତ୍ମକ ଆଭିମୁଖ୍ୟ ନେଇ ମଇଦାନକୁ ଓହ୍ଲାଇବୁ। ଆମ ପାଇଁ ସବୁ […]

kaur

kaur

Ranjit Kumar Jena
  • Published: Wednesday, 19 February 2020
  • Updated: 19 February 2020, 06:54 PM IST

Sports

Latest News

ସିଡନୀ: ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ମହିଳା ଟି-୨୦ ବିଶ୍ୱକପ୍। ଏଥିପାଇଁ ସବୁ ଦଳର ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ। ମ୍ୟାଚ୍ ପୂର୍ବରୁ ଭାରତର କ୍ୟାପଟେନ୍ ହରମନପ୍ରୀତ କୌର୍ ଟିମର ପ୍ରସ୍ତୁତିକୁ ନେଇ ମୁହଁ ଖୋଲିଛନ୍ତି।

କୌର୍ କହିଛନ୍ତି, ଆମେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଅଛୁ ଏବଂ ସକାରାତ୍ମକ ଆଭିମୁଖ୍ୟ ନେଇ ମଇଦାନକୁ ଓହ୍ଲାଇବୁ। ଆମ ପାଇଁ ସବୁ ଟିମ୍ ସମାନ। ଯଦି ଆମେ ସକାରାତ୍ମକ କ୍ରିକେଟ୍ ଖେଳୁ, ତାହେଲେ କୌଣସି ଟିମ୍ ଉପରେ ଚାପ ପକାଇ ପାରିବୁ। ମହିଳା ବିଗ୍ ବ୍ୟାଶ୍ ଲିଗରେ ସିଡନୀ ଥଣ୍ଡର୍ସ ପକ୍ଷରୁ ଖେଳିବା କାରଣରୁ କୌର ଏହି ସହର ସହ ଭଲଭାବେ ପରିଚିତ ଅଛନ୍ତି।

କୌର୍ ଆହୁରି କହିଛନ୍ତି, ପ୍ରଥମ ମ୍ୟାଚକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ। ଆମ ଟିମ୍ କୌଣସି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ। ଆମ ଭଳି ଅନ୍ୟ ଟିମ୍ ମଧ୍ୟ ସକାରାତ୍ମକ ଚିନ୍ତାଧାରା ସହ ମଇଦାନକୁ ଓହ୍ଲାଇବା ସହ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିକଟରେ ଆମେ ଏଠାରେ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ୍ ଖେଳିିଥିଲୁ ଏବଂ ଏହି ଟୁର୍ଣ୍ଣାମେଣ୍ଟରୁ ଆମ ପାଇଁ ବେଶ୍ ଫଳପ୍ରଦ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଆମେ ନିଜର ଭୁଲ୍ ଜାଣିପାରିଛୁ। ବ୍ୟାଟିଂରେ ବିଶେଷକରି ଆମକୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। କିନ୍ତୁ ଆମର ବୋଲର ବେଶ୍ ଶକ୍ତିଶାଳୀ।

କୌର କହିଛନ୍ତି, ଏଠାକାର ଧିମା ପିଚ୍ ଏବଂ ଭାରତୀୟ ସମର୍ଥକଙ୍କ ସମର୍ଥନ ଆମକୁ ନିଶ୍ଚୟ ଫାଇଦା ହେବ। ଯଦି ସିଡନୀର ଶୋଗ୍ରାଉଣ୍ଡ ଧିମା ରୁହେ, ତାହେଲେ ଏହା ଆମକୁ ସୁହାଇବ। ଆମେ ସବୁ ଜାଣିଛୁ ଯେ, ଭାରତ ଏକ କ୍ରିକେଟପ୍ରେମୀ ଦେଶ। ଆମେ ଯେଉଁଠି ବି ଖେଳିବାକୁ ଯାଉ, ସେଠାରେ ଆମକୁ ବହୁତ ଭଲପାଇବା ମିଳେ। ଚଳିତ ବିଶ୍ୱକପରେ ଆମେ ଭାରତୀୟଙ୍କଠାରୁ ସେହି ସମର୍ଥନର ଆଶା କରୁଛୁ। ସୂଚନାଯୋଗ୍ୟ, ବିଶ୍ୱକପରେ ଭାରତ ଗ୍ରୁପ୍‌-ଏ'ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଭାରତ ସମେତ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ୍‌, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story