ଆହତ ପ୍ରଶଂସକଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ରୋହିତ୍

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଭାରତ ଓ ବାଂଲାଦେଶ ମ୍ୟାଚରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ୯୨ ବଲରେ ୧୦୪ ରନର ଦମଦାର ଇନିଂସ୍ ଖେଳିଛନ୍ତି। ସେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ୭ ଚୌକା ଓ ୫ ଛକା ମାରିଛନ୍ତି। ତେବେ ଏହି ମ୍ୟାଚରେ ଏଭଳି କିଛି ହୋଇଥିଲା, ଯେଉଁଥିରେ ରୋହିତଙ୍କ ମହନୀୟତାର ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ରୋହିତ୍ ମ୍ୟାଚ୍ ବେଳେ ଏକ ଛକା ମାରିଥିଲେ ଏବଂ ବଲଟି ସିଧା ମୀନା ନାମକ […]

rohit

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 03:57 PM IST

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଭାରତ ଓ ବାଂଲାଦେଶ ମ୍ୟାଚରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ୯୨ ବଲରେ ୧୦୪ ରନର ଦମଦାର ଇନିଂସ୍ ଖେଳିଛନ୍ତି। ସେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ୭ ଚୌକା ଓ ୫ ଛକା ମାରିଛନ୍ତି। ତେବେ ଏହି ମ୍ୟାଚରେ ଏଭଳି କିଛି ହୋଇଥିଲା, ଯେଉଁଥିରେ ରୋହିତଙ୍କ ମହନୀୟତାର ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

ରୋହିତ୍ ମ୍ୟାଚ୍ ବେଳେ ଏକ ଛକା ମାରିଥିଲେ ଏବଂ ବଲଟି ସିଧା ମୀନା ନାମକ ଜଣେ ଭାରତୀୟ ପ୍ରଶଂସକଙ୍କ ମୁହଁରେ ବାଜିଥିଲା। ମ୍ୟାଚ୍ ଶେଷ ହେବା ପରେ ରୋହିତ ଯେତେବେଳେ ଏହି ଖବର ପାଇଲେ, ସେ ସିଧାସଳଖ ମୀନାଙ୍କ ପାଖକୁ ଭେଟିବାକୁ ଯାଇଥିଲେ। ସେ ମୀନାଙ୍କ ହାଲଚାଲ୍ ବୁଝିଥିଲେ।

କେବଳ ଏତିକି ନୁହେଁ, ରୋହିତ୍ ନିଜ ଅଟୋଗ୍ରାଫ୍ ଥିବା ଏକ କ୍ୟାପ୍ (ଟୋପି) ମୀନାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ରୋହିତ ସାମାନ୍ୟ ମସ୍ତି କରି ମୀନାଙ୍କୁ କ୍ୟାଚ୍ ଧରିବାର ଟେକନିକ୍ କହିଥିଲେ। ରୋହିତଙ୍କଠାରୁ ଉପହାର ପାଇ ମୀନା ବହୁତ ଖୁସି ହୋଇଥିଲେ।

ବିସିସିଆଇ ତା'ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏହି ସାକ୍ଷାତକାରର ଫଟୋ ଶେୟାର କରିଛି ଏବଂ ଏଥିରେ କ୍ୟାପସନ୍ ଦେଇ ଲେଖିଛି ଯେ, ରୋହିତଙ୍କ ଛକାରେ ଆହତ ହୋଇଥିବା ଝିଅଙ୍କୁ ନିଜେ ଟିମ୍ ଇଣ୍ଡିଆର ଦୟାଳୁ ଓପ୍ନର୍ ସାକ୍ଷାତ କରି ତାଙ୍କ ହାଲଚାଲ୍ ବୁଝିଛନ୍ତି ଏବଂ ତାଙ୍କୁ ଅଟୋଗ୍ରାଫ୍ ଥିବା ଏକ କ୍ୟାପ୍ ପ୍ରଦାନ କରିଥିଲେ।

Related story