ଚତୁର୍ଥ ଟେଷ୍ଟ ଧୋଇଯିବା ପରେ ତ୍ରିନିଦାଦ ଓ ଟୋବାଗୋ ବୋର୍ଡର ତଦନ୍ତ ନିର୍ଦ୍ଦେଶ

ପୋର୍ଟ ଅଫ୍‌ ସ୍ପେନ୍‌: ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ବର୍ଷା ଯୋଗୁଁ ଫିଲ୍ଡରେ ପାଣି ଜମିବା ଓ ମାତ୍ର ୨୨ ଓଭର ଖେଳାଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତ୍ରିନିଦାଦ ଓ ଟୋବାଗୋ ବୋର୍ଡ। ପ୍ରଥମ ଦିନ ଖେଳ ହେବାର ମାତ୍ର କିଛି ସମୟ ପରେ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାଉଣ୍ଡ ସଂରକ୍ଷଣ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ପଡିଆର ଆବଶ୍ୟକତା ଅନୁସାରେ ଘୋଡାଇ ନ ଥିଲେ। ଦୁର୍ବଳ ଡ୍ରେନେଜ୍‌ ବ୍ୟବସ୍ଥା ସହିତ ଫିଲ୍ଡ ଶୁଖାଯିବା […]

in-vs-wi

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 06:32 PM IST

ପୋର୍ଟ ଅଫ୍‌ ସ୍ପେନ୍‌: ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ବର୍ଷା ଯୋଗୁଁ ଫିଲ୍ଡରେ ପାଣି ଜମିବା ଓ ମାତ୍ର ୨୨ ଓଭର ଖେଳାଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତ୍ରିନିଦାଦ ଓ ଟୋବାଗୋ ବୋର୍ଡ।

ପ୍ରଥମ ଦିନ ଖେଳ ହେବାର ମାତ୍ର କିଛି ସମୟ ପରେ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାଉଣ୍ଡ ସଂରକ୍ଷଣ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ପଡିଆର ଆବଶ୍ୟକତା ଅନୁସାରେ ଘୋଡାଇ ନ ଥିଲେ। ଦୁର୍ବଳ ଡ୍ରେନେଜ୍‌ ବ୍ୟବସ୍ଥା ସହିତ ଫିଲ୍ଡ ଶୁଖାଯିବା ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ଥିଲା। ଯାହାଫଳରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମାତ୍ର ୨୨ ଓଭର ଖେଳ ସମ୍ଭବ ପାରିଥିଲା।

ଏହି ଟେଷ୍ଟ ବର୍ଷା ଯୋଗୁଁ ଧୋଇଯିବାରୁ ଆଇସିସି ଟେଷ୍ଟ ମାନ୍ୟତାର ଦ୍ୱିତୀୟ ସ୍ଥାନକୁ ଖସିଛି ଭାରତ। ପ୍ରଥମ ଥର ପାଇଁ ପ୍ରଥମସ୍ଥାନ ଅକ୍ତିୟାର କରିଛି ପାକିସ୍ତାନ।

ତ୍ରିନିଦାଦ ଓ ଟୋବାଗୋ କ୍ରିକେଟ ବୋର୍ଡ ସଭାପତି ଅଜିମ୍‌ ବାଶ୍ରାଥା କହିଛନ୍ତି,“ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ମାତ୍ର ୨୨ ଓଭର ଖେଳାଯିବା ଅତ୍ୟନ୍ତ ଗୁରୁତର ବିଷୟ। ଆୟୋଜକ ଦେଶ ଭାବେ ଆମେ ତ୍ରିନିଦାଦ ଓ ଟୋବାଗୋ କ୍ରିକେଟ ବୋର୍ଡ ଓ କ୍ୱିନ୍ସପାର୍କ କ୍ରିକେଟ ବୋର୍ଡ ପକ୍ଷରୁ ଦୁଃଖ ପ୍ରକାଶ କରୁଛୁ।”

ସେ ଆହୁରି ମଧ୍ୟ କହିଛନ୍ତି,“ ତ୍ରିନିଦାଦ ଓ ଟୋବାଗୋ କ୍ରିକେଟ ବୋର୍ଡ ଏବଂ କ୍ୱିନ୍ସପାର୍କ କ୍ରିକେଟ ବୋର୍ଡ ମିଳିତ ଭାବେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ସବୁକୁ ଦୃଷ୍ଟିରେ ରଖି ତଦନ୍ତ କରିବୁ।”

Related story