ଶ୍ରୀଲଙ୍କା-ଏ ବିପକ୍ଷରେ ଭାରତ-ଏ'ର କ୍ଲିନସୁଇପ୍

ହୁବଲି: ଏଠାରେ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ୧୫୨ ରନରେ ଶ୍ରୀଲଙ୍କା-ଏ’କୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନସୁଇପ୍ କରିନେଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ-ଏ ଇନିଂସ୍ ଓ ୨୦୫ ରନରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ଭାରତ-ଏ ଶ୍ରୀଲଙ୍କା-ଏ ଆଗରେ ୪୩୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛା କରି ଶ୍ରୀଲଙ୍କା-ଏ ୨୭୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା-ଏ ପକ୍ଷରୁ ଭାନୁକା ରାଜପାକସା ସର୍ବାଧିକ ୧୧୦ […]

bharat

Hemant Lenka
  • Published: Monday, 03 June 2019
  • , Updated: 03 June 2019, 05:36 PM IST

ହୁବଲି: ଏଠାରେ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ୧୫୨ ରନରେ ଶ୍ରୀଲଙ୍କା-ଏ'କୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନସୁଇପ୍ କରିନେଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ-ଏ ଇନିଂସ୍ ଓ ୨୦୫ ରନରେ ବିଜୟୀ ହୋଇଥିଲା।

ଦ୍ୱିତୀୟ ମ୍ୟାଚରେ ଭାରତ-ଏ ଶ୍ରୀଲଙ୍କା-ଏ ଆଗରେ ୪୩୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛା କରି ଶ୍ରୀଲଙ୍କା-ଏ ୨୭୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା-ଏ ପକ୍ଷରୁ ଭାନୁକା ରାଜପାକସା ସର୍ବାଧିକ ୧୧୦ (୧୧୨ ବଲ, ୧୭ ଚୌକା, ୩ ଛକା) ରନ୍ କରିଥିବା ବେଳେ କାମିନ୍ଦୁ ମେଣ୍ଡିସ୍ ୪୬, ବିଶ୍ୱ ଫର୍ଣ୍ଣାଣ୍ଡୋ ୩୨ ଓ ନିରୋଶାନ୍ ଡିକୱେଲା ୧୮ ରନ୍ କରି ଆଉଟ୍ ହୋଇଥିଲେ।

ଭାରତ-ଏ ପକ୍ଷରୁ ରାହୁଲ ଚହର୍ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଶିବମ ଦୁବେ ୨ଟି, ସନ୍ଦୀପ ୱାରିୟର୍, ଆଦିତ୍ୟ ସରୱତେ ଓ ଜୟନ୍ତ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଉକ୍ତ ମ୍ୟାଚରେ ଭାରତ-ଏ ପ୍ରଥମ ଇନିଂସରେ ଶ୍ରୀକର ଭରତଙ୍କ ଶତକ ବଳରେ ୨୬୯ ରନ୍ କରି ଅଲଆଉଟ୍ ହୋଇଥିଲା।

ଜବାବରେ ଶ୍ରୀଲଙ୍କା-ଏ ୨୧୨ ରନରେ ଅଲଆଉଟ୍ ହୋଇ ୫୭ ରନରେ ପଛୁଆ ରହିଥିଲା। ଦ୍ୱିତୀୟ ଇନିଂସ୍ରେ ଭାରତ-ଏ ଦମଦାର ବ୍ୟାଟିଂ କରି ୩୭୨ ରନରେ ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଶତକ (୧୧୭) ଓ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ (୬୦) ମାରିଥିବା ଭରତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Related story