ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଜାଣନ୍ତୁ ୧୫ଜଣିଆ ଦଳରେ କାହାକୁ ମିଳିଲା ସ୍ଥାନ

ମୁମ୍ବାଇ: ବିଶ୍ୱକପ୍ ପାଇଁ ସୋମବାର ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଓ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ଦ୍ୱାରା ଆୟୋଜିତ ପ୍ରେସ କନଫରେନ୍ସ ଦ୍ୱାରା ବିଶ୍ୱକପ୍ ପାଇଁ ଏହି ୧୫ ଜଣିଆ ଦଳର ଘୋଷଣା କରାଯାଇଛି। ଟିମର ଅଧିନାୟକ ଭାବେ ବିରାଟ କୋହଲି ରହିଥିବା ବେଳେ ରୋହିତ ଶର୍ମା ତାଙ୍କ ଡେପୁଟି ରହିବେ। ଚୟନକର୍ତ୍ତା ଅଭିଜ୍ଞତାକୁ ଗୁରୁତ୍ୱ ଦେଇ ଦିନେଶ କାର୍ତ୍ତିକଙ୍କୁ ସାମିଲ କରିଥିବା ବେଳେ ଯୁବ ୱିକେଟକିପର ଋଷଭ […]

team india

team india

Ranjit Kumar Jena
  • Published: Monday, 15 April 2019
  • Updated: 15 April 2019, 05:18 PM IST

Sports

Latest News

ମୁମ୍ବାଇ: ବିଶ୍ୱକପ୍ ପାଇଁ ସୋମବାର ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଓ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ଦ୍ୱାରା ଆୟୋଜିତ ପ୍ରେସ କନଫରେନ୍ସ ଦ୍ୱାରା ବିଶ୍ୱକପ୍ ପାଇଁ ଏହି ୧୫ ଜଣିଆ ଦଳର ଘୋଷଣା କରାଯାଇଛି। ଟିମର ଅଧିନାୟକ ଭାବେ ବିରାଟ କୋହଲି ରହିଥିବା ବେଳେ ରୋହିତ ଶର୍ମା ତାଙ୍କ ଡେପୁଟି ରହିବେ। ଚୟନକର୍ତ୍ତା ଅଭିଜ୍ଞତାକୁ ଗୁରୁତ୍ୱ ଦେଇ ଦିନେଶ କାର୍ତ୍ତିକଙ୍କୁ ସାମିଲ କରିଥିବା ବେଳେ ଯୁବ ୱିକେଟକିପର ଋଷଭ ପନ୍ତଙ୍କୁ ବାଦ୍ ଦେଇଛନ୍ତି। ସେହିପରି ନିକଟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ୱକପ୍ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଏକ ଟିଭି ଶୋ'ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଟିମରେ ସ୍ଥାନ ପାଇଛନ୍ତି। ତୃତୀୟ ସ୍ପିନର ଓ ଅଲରାଉଣ୍ଡରକୁ ଗୁରୁତ୍ୱ ଦେଇ ଚୟନକର୍ତ୍ତା ରବୀନ୍ଦ୍ର ଜାଡେଜା ଏବଂ ତିନିଜଣ ସ୍ପେଶାଲିଷ୍ଟ ପେସ ବୋଲରଙ୍କୁ ୧୫ଜଣିଆ ଟିମରେ ସାମିଲ କରିଛନ୍ତି।

ସୋମବାର ଏମଏସକେ ପ୍ରସାଦଙ୍କ ନେତୃତ୍ୱରେ ପାଞ୍ଚଜଣିଆ ଚୟନକମିଟି ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହା ପରେ ପ୍ରସାଦ ଓ ଅମିତାଭ ଚୌଧୁରୀ ପ୍ରେସ କନଫରେନ୍ସରେ ଟିମର ଘୋଷଣା କରିଥିଲେ। ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଚୟନକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଥିଲା। ବିଶେଷକରି ଚତୁର୍ଥ ସ୍ଥାନ ଓ ଦ୍ୱିତୀୟ ୱିକେଟକିପରକୁ ନେଇ ଦ୍ୱନ୍ଦ୍ୱ ରହିଥିଲା। ଚତୁର୍ଥ ସ୍ଥାନ ପାଇଁ ଅମ୍ବାତି ରାୟୁଡୁ, ଶଙ୍କର ଓ ଲୋକେଶ ରାହୁଲ ଦୌଡ଼ରେ ଥିଲେ। ସେହିପରି ଦ୍ୱିତୀୟ ୱିକେଟକିପର ଦୌଡ଼ରେ ପନ୍ତ ଓ କାର୍ତ୍ତିକ ଥିଲେ।

ଅନେକ କ୍ରିକେଟ୍ ଏକ୍ସପର୍ଟଙ୍କ ଅନୁଯାୟୀ, ଦ୍ୱିତୀୟ ୱିକେଟକିପର ପାଇଁ ପନ୍ତ ପୂରା ଫିଟ୍। କିନ୍ତୁ ଶେଷରେ କାର୍ତ୍ତିକଙ୍କୁ ଭାଗ୍ୟ ସହାୟକ ହୋଇଥିଲା। ଏ ନେଇ ମୁଖ୍ୟ ଚୟନକର୍ତ୍ତା ପ୍ରସାଦ କହିଛନ୍ତି, ପନ୍ତଙ୍କ ବିଷୟରେ ଆମେ ଗତ ମାସେ ହେଲା ଚର୍ଚ୍ଚା କରିଆସୁଥିଲୁ। କିନ୍ତୁ ସବୁ ପକ୍ଷକୁ ଦୃଷ୍ଟିରେ ରଖି ଆମେ କାର୍ତ୍ତିକଙ୍କ ଅଭିଜ୍ଞତା ଓ ୱିକେଟକିପିଙ୍ଗ କ୍ଷମତାକୁ ଗୁରୁତ୍ୱ ଦେଲୁ। ନିର୍ଣ୍ଣାୟକ ସମୟରେ କାର୍ତ୍ତିକ ସଫଳ ମ୍ୟାଚ୍ ଫିନିଶର୍ ଭୂମିକା ତୁଲାଇପାରିବେ। ଅତୀତରେ କାର୍ତ୍ତିକ ଭାରତକୁ କିଛି ମ୍ୟାଚରେ ଜିତାଇଛନ୍ତି। ତେଣୁ ମହେନ୍ଦ୍ର ସିଂହ ଧୋନିଙ୍କ ବିକଳ୍ପ ଭାବେ ଆମେ କାର୍ତ୍ତିକଙ୍କୁ ଚୟନ କଲୁ ବୋଲି ପ୍ରସାଦ କହିଛନ୍ତି। ତାମିଲନାଡୁର ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅନେକଥର ମିଡିଲ ଅର୍ଡର ସମ୍ଭାଳିଛନ୍ତି। ଗତବର୍ଷ ନିଦାହାସ ଟ୍ରଫିରେ କାର୍ତ୍ତିକ ୮ ବଲରେ ୨୯ ରନ୍ କରି ଭାରତକୁ ବାଂଲାଦେଶ ବିପକ୍ଷରେ ଅବିଶ୍ୱସନୀୟ ବିଜୟ ଦେଇଥିଲେ।

ଖରାପ ଫର୍ମ ଯୋଗୁ ରାୟୁଡୁଙ୍କୁ ବାଦ୍ ଦିଆଯାଇଛି। ତେଣୁ ଚୟନକର୍ତ୍ତା ଚତୁର୍ଥ ସ୍ଥାନ ପାଇଁ ଶଙ୍କର ଓ ରାହୁଲଙ୍କୁ ସୁଯୋଗ ଦେଇଛନ୍ତି। ଶଙ୍କର ନିକଟରେ ଏହି ସ୍ଥାନରେ ବ୍ୟାଟିଂ କରି ସଫଳ ମଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଆଇପିଏଲରେ ରାହୁଲଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହିଆସିଛି। ରାହୁଲ ଡବଲ୍ ଭୂମିକା ବହନ କରିପାରନ୍ତି। ରୋହିତ ଓ ଶିଖର ଧୱନଙ୍କ ମଧ୍ୟରୁ ଯଦି କେହି ଓପନିଂରେ କ୍ଲିକ୍ ନକରନ୍ତି, ତାହେଲେ ରାହୁଲ ତୃତୀୟ ଓପ୍ନର ଭୂମିକା ତୁଲାଇ ପାରିବେ। ରାହୁଲ ମଧ୍ୟ ଚତୁର୍ଥ ସ୍ଥାନରେ ଆବଶ୍ୟକ ଭୂମିକା ବହନ କରିପାରିବେ। ବିସିସିଆଇ ଚୟନକର୍ତ୍ତା ଚତୁର୍ଥ ସ୍ପେଶାଲିଷ୍ଟ ପେସର ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଭରସା ଦେଖାଇଛନ୍ତି। ଏହାଛଡ଼ା ଶଙ୍କର ମଧ୍ୟ ମିଡିୟମ ପେସ୍ ବୋଲିଂ କରିପାରିବେ। ଅତିରିକ୍ତ ସ୍ପିନରଙ୍କୁ ସାମିଲ କରାଯିବା ଦ୍ୱାରା ଚତୁର୍ଥ ସ୍ପେଶାଲିଷ୍ଟ ପେସ୍ ବୋଲରଙ୍କୁ ଟିମରେ ନିଆଯାଇନାହିଁ। ଫଳସ୍ୱରୂପ ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ପେସ୍ ବ୍ୟାଟେରୀ ସମ୍ଭାଳିବେ। ଦଳରେ ତିନି ସ୍ପିନର ଯଥା କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ୍ କରାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ମେ' ୩୦ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ଟିମ୍ ପରସ୍ପର ବିରୋଧରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଟପ୍-୪ ଟିମ୍ ସେମିଫାଇନାଲକୁ କ୍ୱାଲିଫାଏ କରିବେ। ଜୁନ୍ ୫ ତାରିଖରେ ଭାରତ ତା'ର ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଆରମ୍ଭ କରିବ। ଏହାଛଡ଼ା ଭାରତ ୧୬ ତାରିଖରେ ତା'ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, ଲୋକେଶ ରାହୁଲ୍, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story