ଭାରତ ୧୦୫ରେ ଅଲ୍‌ଆଉଟ୍‌

ପୁନେ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ମାତ୍ର ୧୦୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ୨୬୦ ରନ୍ କରି ଅଲ୍‌ଆଉଟ୍ ହୋଇଥିବା ଭ୍ରମଣକାରୀ ଦଳ ଆଜି ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୧୪୩ ରନ୍ କରିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୬୪ ରନ୍ କରିଥିବା ବେଳେ ମୁରଲି ବିଜୟ ୧୦ ଓ ଆଜିଙ୍କ୍ୟ ରାହାଣେ ୧୩ ରନ୍ କରିଥିଲେ। ଦଳର ଅନ୍ୟ […]

ind-asu

Rakesh Mallick
  • Published: Friday, 24 February 2017
  • , Updated: 24 February 2017, 07:55 PM IST

ପୁନେ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ମାତ୍ର ୧୦୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ୨୬୦ ରନ୍ କରି ଅଲ୍‌ଆଉଟ୍ ହୋଇଥିବା ଭ୍ରମଣକାରୀ ଦଳ ଆଜି ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୧୪୩ ରନ୍ କରିଛି।

ଭାରତ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୬୪ ରନ୍ କରିଥିବା ବେଳେ ମୁରଲି ବିଜୟ ୧୦ ଓ ଆଜିଙ୍କ୍ୟ ରାହାଣେ ୧୩ ରନ୍ କରିଥିଲେ। ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଚେତେଶ୍ୱର ପୂଜାରା ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ଶୂନରେ ଆଉଟ୍ ହୋଇଥିଲେ। ଅଶ୍ୱିନ ୧ ରନ୍ କରିଥିବା ବେଳେ ରିଦ୍ଧିମାନ ଶାହା ଖାତା ଖୋଲି ପାରି ନ ଥିଲେ। ରବୀନ୍ଦ୍ର ଜାଡେଜା ଓ ଜୟନ୍ତ ଯାଦବ ୨ ରନ୍ ଲେଖାଏଁ କରି ଆଉଟ୍ ହୋଇଯାଇଥିଲେ। ଉମେଶ ଯାଦବ ୪ ରନ୍ କରି ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍‌ ଓ’ କିଫ୍‌ ୬ଟି ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ୨ଟି ଜୋଶ୍ ହାଜଲେଉଡ୍‌ ଓ ନାଥାନ ଲିୟନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଭାରତ ମାତ୍ର ୧୦୫ ରନ୍‌ରେ ଅଲ୍ଆଉଟ୍ ହୋଇଯିବା ପରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଡାଭିଡ୍ ୱାର୍ଣ୍ଣର (୧୦), ସନ୍ ମାର୍ଶ (୦), ପିଟର ହ୍ୟାଣ୍ଡ୍ସକମ୍ବ (୧୯) ଓ ମଟ୍ଟ ରେନ୍‌ଶ (୩୧)ଙ୍କ ୱିକେଟ୍ ହରାଇ ୧୪୩ ରନ୍ ସଂଗ୍ରହ କରିଛି। ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୫୯ ଓ ମିଚେଲ୍ ମାର୍ଶ ୨୧ ରନ୍ କରି ନଟ୍‌ଆଉଟ୍‌ ଅଛନ୍ତି।

 

 

 

Related story