ଚେନ୍ନାଇ ଦିନିକିଆ ପାଇଁ ଉଭୟ ଦଳ ପ୍ରସ୍ତୁତ: ଖେଳୁଆଡ଼ ମନୋଭାବ ନେଇ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍। ୫ ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଏବେ ଭାରତ ଗସ୍ତରେ। ପ୍ରଥମେ ଦିନିକିଆ ସିରିଜ ଓ ପରେ ଟି-୨୦ ଖେଳାଯିବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ତେବେ ଏହା ପୂର୍ବରୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଖେଳାଳି ସମ୍ପୂର୍ଣ୍ଣ ଖେଳୁଆଡ ମନୋଭାବ ନେଇ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 05:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍। ୫ ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଏବେ ଭାରତ ଗସ୍ତରେ। ପ୍ରଥମେ ଦିନିକିଆ ସିରିଜ ଓ ପରେ ଟି-୨୦ ଖେଳାଯିବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ତେବେ ଏହା ପୂର୍ବରୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଖେଳାଳି ସମ୍ପୂର୍ଣ୍ଣ ଖେଳୁଆଡ ମନୋଭାବ ନେଇ ଏହି ସିରିଜ୍ ଖେଳିବେ ବୋଲି ଆଶା କରିଛନ୍ତି କଙ୍ଗାରୁ ଟିମ୍ କ୍ୟାପଟେନ ଷ୍ଟିଭ ସ୍ମିଥ୍। ଗତ ମାର୍ଚ୍ଚରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ। ତେବେ ଏହି ସିରିଜ ବେଳେ ଧର୍ମଶାଳାରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ସ୍ମିଥ୍‌ ଅଣ ଖେଳୁଆଡ ଆଚରଣକୁ ନେଇ ଆପତ୍ତି ଉଠାଇଥିଲେ ବିରାଟ କୋହଲି। ଏକ ଏଲବିଡବ୍ଲୁ ଅପିଲ ପରେ ରିଭ୍ୟୁ ଆବେଦନ କରିବେ କି ନାହିଁ ସେ ନେଇ ସ୍ମିଥ୍ ଡ୍ରେସିଂ ରୁମ୍‌କୁ ଅନାଇ ଇସାରା ମାଗିଥିବାରୁ ଏହାକୁ ବିରୋଧ କରିଥିଲେ କୋହଲି। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା ପରେ କ୍ଷମା ମାଗିଥିରେ ସ୍ମିଥ୍।

Related story