ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୱେଟ୍ ଲିଫ୍ଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୮୫ କେଜି ବର୍ଗରେ ଭେଙ୍କଟ ରାହୁଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଆଗରୁ ୭୭ କେ.ଜି ପୁରୁଷ ଭାରୋତ୍ତୋଳନରେ ସତୀଶ ଶିବଲିଙ୍ଗମ୍ ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଥିଲେ। ଏହାକୁ ମିଶାଇ ଭାରତକୁ ୪ଟି ସ୍ୱର୍ଣ୍ଣ ସହିତ ୬ଟି ପଦକ ମିଳିଛି। ସେପଟେ ଭାରତ-ପାକିସ୍ତାନ ହକି ମ୍ୟାଚ ଡ୍ର ରହିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ। ୨-୧ରେ ଭାରତ ଆଗୁଆ ଥିବା ବେଳେ ଶେଷ ମୁହୂର୍ତ୍ତରେ ପାକିସ୍ତାନ ଗୋଲ୍ କରି ମ୍ୟାଚକୁ ଡ୍ର ରଖିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।