ରିଓ ଅଲିମ୍ପିକ୍: ଆଜି ବେଲଜିୟମକୁ ଭେଟିବ ଭାରତୀୟ ପୁରୁଷ ହକି ଦଳ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ କ୍ୱାର୍ଟର ଫାଇନାଲ୍‌ରେ ଆଜି ଭାରତୀୟ ପୁରୁଷ ହକି ଦଳ ବେଲଜିୟମ୍‌କୁ ଭେଟିବ। ଭାରତୀୟ ସମୟ ଅନୁସାରେ ରାତି ୯ଟାରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତିଲେ ଭାରତୀୟ ପୁରୁଷ ହକି ଦଳ ୩୬ ବର୍ଷ ପରେ ଅଲିମ୍ପିକ୍‌ରେ ସେମି ଫାଇନାଲ୍‌ରେ ପହଞ୍ଜିବ। ଶେଷ ଥର ପାଇଁ ୧୯୮୦ ମସିହାରେ ଦଳ ଅଲିମ୍ପିକ୍ ସେମି ଫାଇନାଲ୍‌ରେ ପ୍ରବେଶ କରି ଥିଲା। ଆକ୍ରମଣାତ୍ମକ ଶୈଳୀରେ ଖେଳୁଥିବା ବେଲଜିୟମକୁ ହରାଇବା ଏତେ ସହଜ […]

hockey

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 11:23 AM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ କ୍ୱାର୍ଟର ଫାଇନାଲ୍‌ରେ ଆଜି ଭାରତୀୟ ପୁରୁଷ ହକି ଦଳ ବେଲଜିୟମ୍‌କୁ ଭେଟିବ। ଭାରତୀୟ ସମୟ ଅନୁସାରେ ରାତି ୯ଟାରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତିଲେ ଭାରତୀୟ ପୁରୁଷ ହକି ଦଳ ୩୬ ବର୍ଷ ପରେ ଅଲିମ୍ପିକ୍‌ରେ ସେମି ଫାଇନାଲ୍‌ରେ ପହଞ୍ଜିବ। ଶେଷ ଥର ପାଇଁ ୧୯୮୦ ମସିହାରେ ଦଳ ଅଲିମ୍ପିକ୍ ସେମି ଫାଇନାଲ୍‌ରେ ପ୍ରବେଶ କରି ଥିଲା।

ଆକ୍ରମଣାତ୍ମକ ଶୈଳୀରେ ଖେଳୁଥିବା ବେଲଜିୟମକୁ ହରାଇବା ଏତେ ସହଜ ନୁହେଁ। ତେବେ ଶ୍ରୀଜେଶଙ୍କ ନେତତ୍ୱାଧୀନ ଭାରତୀୟ ହକି ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବ ବୋଲି ଆଶା କରାଯାଉଛି।

ଲିଗ୍ ପର୍ଯ୍ୟାୟରେ ଭାରତ ୫ଟି ମ୍ୟାଚ୍ ଖେଳି ୨ଟିରେ ବିଜୟ,୨ଟିରେ ପରାଜୟ ଓ ଗୋଟିଏରେ ଡ୍ର’ ସହିତ ୩୬ ବର୍ଷ ପରେ ଅଲିମ୍ପିକ୍‌ର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା।

Related story