ନ୍ୟୁଜିଲାଣ୍ଡ ସମ୍ମୁଖରେ ୪୩୪ ରନ୍‌ର ବିଜୟ ଲକ୍ଷ୍ୟ

କାନ୍‌ପୁର: କାନ୍‌ପୁରରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୩୭୭ ରନ୍‌ କରି ପାଳି ଘୋଷଣା କରିଛି।  ନ୍ୟୁଜିଲାଣ୍ଡ ନିକଟରେ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଭ୍ରମଣକାରୀ ଦଳ ଆଗରେ ଭାରତ ୪୩୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତ ପ୍ରଥମ ଇନିସଂରେ ୩୧୮ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ମୂରଲୀ ବିଜୟ ୧୭୦ ବଲରୁ ୭୬ ରନ୍‌, ଚେତ୍ତେଶ୍ୱର […]

india-declare-at-377

Rakesh Mallick
  • Published: Sunday, 25 September 2016
  • , Updated: 25 September 2016, 05:35 PM IST

କାନ୍‌ପୁର: କାନ୍‌ପୁରରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୩୭୭ ରନ୍‌ କରି ପାଳି ଘୋଷଣା କରିଛି।  ନ୍ୟୁଜିଲାଣ୍ଡ ନିକଟରେ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଭ୍ରମଣକାରୀ ଦଳ ଆଗରେ ଭାରତ ୪୩୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଭାରତ ପ୍ରଥମ ଇନିସଂରେ ୩୧୮ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ମୂରଲୀ ବିଜୟ ୧୭୦ ବଲରୁ ୭୬ ରନ୍‌, ଚେତ୍ତେଶ୍ୱର ପୂଜାରା ୧୭୦ ବଲରୁ ୭୮, ଆଜିଙ୍କ୍ୟ ରାହାଣେ ୮୧ ବଲରୁ ୪୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ଅପରାଜିତ ୯୩ ବଲରୁ ୬୮ ଓ ଜେଡେଜା ୫୮ ବଲରୁ ୫୦ ରନ୍‌ କରିଥିଲେ। ଦଳ ୩୭୭ରେ ୫ ୱିକେଟ ହରାଇଥିବା ବେଳେ ଅଧିନାୟକ ବିରାଟ କୋହିଲ ପାଳି ଘୋଷଣା କରିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ସନ୍ତନର ଓ ଇଶ୍‌ ସୋଧୀ ୨ଟି ଲେଖାଏଁ ଓ କ୍ରେଗ୍‌ ଗୋଟିଏ ୱିକେଟ ନେଇଛନ୍ତି।

ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୬୨ ରନ୍‌ରେ ଅଲ୍‌ ଆଉଟ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଦଳ ୯୩ ରନ୍‌ କରି ୪ ୱିକେଟ ହରାଇଛି। ଭାରତ ପକ୍ଷରୁ ଅଶ୍ୱିନୀ ୩ଟି ୱିକେଟ ନେଇଛନ୍ତି।

Related story