ଇଂଲଣ୍ଡକୁ ହରାଇଲା ଭାରତୀୟ ମହିଳା ହକି ଟିମ୍‌, ସେମିକୁ ଯିବା ଆଶା ଉଜ୍ଜ୍ୱଳ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଇଂଲଣ୍ଡକୁ  ୨-୧ରେ ପରାସ୍ତ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକିର ‘ପୁଲ-ଏ’ର ତୃତୀୟ ମ୍ୟାଚ୍‌ରେ ଅଲିମ୍ପିକ୍‌ ଚାମ୍ପିଅନ୍‌ ଇଂଲଣ୍ଡକୁ ଆଜି ୨-୧ରେ ହରାଇ ଭାରତର ସେମିଫାଇନାଲ୍‌ ଯିବାର ଆଶାକୁ ଉଜ୍ଜ୍ୱଳ କରିଛି। ଭାରତୀୟ ଦଳର  ଗୁରଜିତ କୌର ଓ ନବନୀତ କୌର ଯଥାକ୍ରମେ ୪୨ ମିନିଟ୍‌ ଏବଂ ୪୮ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇଥିଲେ। ଏହା ପୂର୍ବରୁ ଇଂଲଣ୍ଡ ଦଳର କ୍ୟାପ୍‌ଟେନ୍‌ ଆଲେକ୍ସଏଣ୍ଡ୍ରା ଡେନ୍‌ସନ୍‌ ୩୫ ସେକେଣ୍ଡରେ ଗୋଲ କରିବାରେ […]

hockey

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 03:02 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଇଂଲଣ୍ଡକୁ  ୨-୧ରେ ପରାସ୍ତ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକିର ‘ପୁଲ-ଏ’ର ତୃତୀୟ ମ୍ୟାଚ୍‌ରେ ଅଲିମ୍ପିକ୍‌ ଚାମ୍ପିଅନ୍‌ ଇଂଲଣ୍ଡକୁ ଆଜି ୨-୧ରେ ହରାଇ ଭାରତର ସେମିଫାଇନାଲ୍‌ ଯିବାର ଆଶାକୁ ଉଜ୍ଜ୍ୱଳ କରିଛି।

ଭାରତୀୟ ଦଳର  ଗୁରଜିତ କୌର ଓ ନବନୀତ କୌର ଯଥାକ୍ରମେ ୪୨ ମିନିଟ୍‌ ଏବଂ ୪୮ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇଥିଲେ। ଏହା ପୂର୍ବରୁ ଇଂଲଣ୍ଡ ଦଳର କ୍ୟାପ୍‌ଟେନ୍‌ ଆଲେକ୍ସଏଣ୍ଡ୍ରା ଡେନ୍‌ସନ୍‌ ୩୫ ସେକେଣ୍ଡରେ ଗୋଲ କରିବାରେ ସକ୍ଷମ ହୋଇଥିଲେ।

Related story