ରବିବାର ପଞ୍ଚମ ଟି-୨୦: ହ୍ୱାଇଟୱାଶ୍ ଟାର୍ଗେଟରେ ଟିମ୍ ଇଣ୍ଡିଆ

ମାଉଣ୍ଟ ମାଉଙ୍ଗାନୁଇ: ଶେଷ ଦୁଇଟି ମ୍ୟାଚରେ ପରାଜୟ ନିକଟତର ପହଞ୍ଚି ରୋମାଞ୍ଚକର ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ଏହି ମ୍ୟାଚ୍ ଜିତି ଭାରତ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ହ୍ୱାଇଟୱାଶ୍ କରିବାକୁ ଲକ୍ଷ୍ୟ ରଖିଛି। ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ୍ ତିନି କିମ୍ବା ତା’ଠାରୁ ଅଧିକ ମ୍ୟାଚର ଟି-୨୦ ସିରିଜରେ କେବେବି ମୂଳପୋଛ ହୋଇନାହିଁ। ୨୦୦୫ ପରଠାରୁ କିୱି ଟିମ୍ ତା’ ନିଜ ମାଟିରେ ଦ୍ୱିପାକ୍ଷିକ […]

india

india

Ranjit Kumar Jena
  • Published: Saturday, 01 February 2020
  • Updated: 01 February 2020, 04:41 PM IST

Sports

Latest News

ମାଉଣ୍ଟ ମାଉଙ୍ଗାନୁଇ: ଶେଷ ଦୁଇଟି ମ୍ୟାଚରେ ପରାଜୟ ନିକଟତର ପହଞ୍ଚି ରୋମାଞ୍ଚକର ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ଏହି ମ୍ୟାଚ୍ ଜିତି ଭାରତ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ହ୍ୱାଇଟୱାଶ୍ କରିବାକୁ ଲକ୍ଷ୍ୟ ରଖିଛି। ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ୍ ତିନି କିମ୍ବା ତା'ଠାରୁ ଅଧିକ ମ୍ୟାଚର ଟି-୨୦ ସିରିଜରେ କେବେବି ମୂଳପୋଛ ହୋଇନାହିଁ। ୨୦୦୫ ପରଠାରୁ କିୱି ଟିମ୍ ତା' ନିଜ ମାଟିରେ ଦ୍ୱିପାକ୍ଷିକ ଟି-୨୦ ସିରିଜରେ ମାତ୍ର ଥରେ ମ୍ୟାଚ୍ ହାରିଛି।

୨୦୦୮ରେ ନ୍ୟୁଜିଲ୍ୟାଣ୍ଡ୍ ଘରୋଇ ମାଟିରେ ଇଂଲଣ୍ଡ ନିକଟରୁ ୦-୨ରେ ପରାସ୍ତ ହୋଇଥିଲା। ଭାରତ ଯଦି ଏହି ସିରିଜ୍ ୫-୦ରେ ପୋଛି ନିଏ, ତାହେଲେ ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନକୁ ଉଠିବ। ଟି-୨୦ ରାଙ୍କିଙ୍ଗରେ ପାକିସ୍ତାନ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଭାରତ ବର୍ତ୍ତମାନ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ରେ ଆଗୁଆ ରହିଛି। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ରନ୍ ଚେଜ୍ କରି ବିଜୟୀ ହୋଇଥିଲା। କିନ୍ତୁ ତୃତୀୟ ଓ ଚତୁର୍ଥ ମ୍ୟାଚର ଫଳାଫଳା ସୁପର୍ ଓଭର ଦ୍ୱାରା ନିର୍ଦ୍ଧାରିତ ହୋଇଥିଲା। ୨୦୧୯ ବିଶ୍ୱକପ୍ ଫାଇନାଲକୁ ମିଶାଇ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ତିନିଥର ସୁପର୍ ଓଭର ଖେଳିସାରିଲାଣି, କିନ୍ତୁ ସବୁଥିରେ ଦଳ ପରାଜୟର ମୁହଁ ଦେଖିଛି।

ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲି ସର୍ବଶ୍ରେଷ୍ଠ ସଂଯୋଜନ ଗଠନ କରିବା ଉଦ୍ଦେଶ୍ୟରେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ଚତୁର୍ଥ ଦିନିକିଆରେ କୋହଲି ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିଥିଲେ। ରୋହିତ୍ ଶର୍ମାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲେ ହେଁ, ସେ ଏହାର ଫାଇଦା ଉଠାଇପାରିନଥିଲେ। ସେହିପରି ଅଲରାଉଣ୍ଡର ଶିବମ ଦୁବେଙ୍କ ପାଖରେ ନିଜକୁ ପ୍ରମାଣିତ କରିବାର ଭଲ ସୁଯୋଗ ଥିଲା, କିନ୍ତୁ ସେ ମଧ୍ୟ ଏଥିରେ ଅସଫଳ ହୋଇଛନ୍ତି।

ସାମସନଙ୍କୁ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଯେଉଁ ସୀମିତ ସୁଯୋଗ ମିଳିଛି, ସେଥିରେ ସେ ଆକ୍ରାମଣାତ୍ମକ ଖେଳିବା ପ୍ରୟାସରେ ଆଉଟ୍ ହୋଇଛନ୍ତି। ଟିମ୍ ମ୍ୟାନେଜମେଣ୍ଟ ତାଙ୍କଠାରୁ ଅଧିକ ଦାୟିତ୍ୱବାନ ଇନିଂସ୍ ଆଶା କରୁଛି। ଅନ୍ୟପକ୍ଷରେ ଦୁବେଙ୍କ ପାଖରେ ଉଭୟ ସ୍ପିନର୍ ଓ ପେସରଙ୍କ ବିରୋଧରେ ଖେଳିବା ପାଇଁ ଆବଶ୍ୟକ ଫୁଟୱାର୍କ ନାହିଁ। ମନିଷ ପାଣ୍ଡେ ଧୀରେ ଧୀରେ ୬ ନମ୍ବରରେ ନିଜ ସ୍ଥାନ ମଜଭୁତ୍ କରିବାରେ ଲାଗିଥିବା ବେଳେ ଶ୍ରେୟସ ଆୟରଙ୍କୁ ତୃତୀୟ ସ୍ଥାନରେ ପଠାଯାଇ ପାରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ପରେ ଲୋକେଶ ରାହୁଲ୍ ଦ୍ୱୈତ ଭୂମିକା ବହନ କରୁଛନ୍ତି।

କ୍ୟାପଟେନ୍ ବିରାଟ୍ କୋହଲି ସଙ୍କେତ ଦେଇସାରିଛନ୍ତି ଯେ ରାହୁଲ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବି ୱିକେଟକିପିଙ୍ଗ୍ ଭୂମିକା ତୁଲାଇବେ। କିନ୍ତୁ ଅନ୍ତିମ ମ୍ୟାଚରେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ରାମ ଦେଇ ଋଷଭ ପନ୍ତଙ୍କୁ ସୁଯୋଗ ଦେଇପାରନ୍ତି। ୨୦୧୯-୨୦୨୦ ସିଜନରେ ଏହି ଫର୍ମାଟରେ ଭାରତର ଏହା ଶେଷ ମ୍ୟାଚ୍ ହେବ। ଏହା ପରେ ଭାରତୀୟ ଖେଳାଳିମାନେ ସିଧା ଆଇପିଏଲ୍ ଖେଳିବେ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଆହତ ହେବା ପରେ ପନ୍ତ ବାହାରେ ବସିଛନ୍ତି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇସାରିଛନ୍ତି, କିନ୍ତୁ ଅନ୍ତିମ ଏକାଦଶରେ ସ୍ଥାନ ପାଇପାରୁ ନାହାନ୍ତି। ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍ରାଙ୍କୁ ଆରାମ ଦିଆଯାଇପାରେ। ତାଙ୍କ ସ୍ଥାନରେ ମହମ୍ମଦ ଶାମି ପ୍ରତ୍ୟାବର୍ତ୍ତନ କରିପାରନ୍ତି।

ଅନ୍ୟ ପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ କିଛି ବି ଠିକଠାକ୍ ରହିନାହିଁ। ଶେଷ ଦୁଇଟି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ବିଜୟ ହାତଛଡ଼ା କରି ମ୍ୟାଚକୁ ସୁପର୍ ଓଭର ପର୍ଯ୍ୟନ୍ତ ଟାଣିଥିଲା। ଚତୁର୍ଥ ମ୍ୟାଚରେ କ୍ୟାପଟେନ୍ କେନ୍ ୱିଲିୟମସନ୍ ଆହତ କାରଣରୁ ଖେଳିପାରିନଥିଲେ। ଆସନ୍ତାକାଲି ସେ ଟିମକୁ ଫେରିବେ ବୋଲି ସୂଚନା ମିଳିଛି। ଦଳର କୌଣସି ଖେଳାଳିଙ୍କ ପାଖରେ ସେଭଳି ଆତ୍ମବିଶ୍ୱାସ ଦେଖିବାକୁ ମିଳିନାହିଁ। ଶେଷ ଦୁଇଟି ମ୍ୟାଚରେ ୧୯ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ କବଜାରେ ଥିଲା। କିନ୍ତୁ ଶେଷ ଓଭରରେ ଭାରତ ବାଜି ପଲଟାଇ ନ୍ୟୁଜିଲ୍ୟାଣ୍ଡ୍ ମୁହଁରୁ ବିଜୟ ଛଡ଼ାଇ ନେଇଥିଲା। ତେଣୁ ଆସନ୍ତାକାଲି କିୱି ଟିମ୍ ପୂର୍ବ ଭୁଲରୁ ଶିଖି ସମ୍ମାନ ରକ୍ଷା ପାଇଁ ମଇଦାନକୁ ଓହ୍ଲାଇବ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଲୋକେଶ ରାହୁଲ୍ (ୱିକେଟକିପର), ମନିଷ ପାଣ୍ଡେ, ଋଷଭ ପନ୍ତ, ସଞ୍ଜୁ ସାମସନ୍‌, ଶ୍ରେୟସ ଆୟର୍‌, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ନଭଦୀପ ସାଇନି, ୱାଶିଂଟନ୍ ସୁନ୍ଦର।

ନ୍ୟୁଜିଲ୍ୟାଣ୍ଡ୍‌: କେନ୍ ୱିଲିୟମସନ୍ (କ୍ୟାପଟେନ୍‌), ମାର୍ଟିନ୍ ଗପ୍ଟିଲ୍‌, ରସ୍ ଟେଲର୍‌, ସ୍କଟ୍ କୁଗେଲାଇନ୍‌, କଲିନ୍ ମୁନରୋ, ଟମ୍ ବ୍ରୁସ୍‌, ଡାରିଲ୍ ମିଚେଲ୍‌, ମିଚେଲ୍ ସାଣ୍ଟନର୍‌, ଟିମ୍ ସିଫର୍ଟ (ୱିକେଟକିପର), ହାମିଶ୍ ବେନେଟ୍ଟ, ଇଶ ସୋଢୀ, ଟିମ୍ ସାଉଦୀ, ବ୍ଲେୟାର୍ ଟିକନର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story