ୱେଲିଂଟନ୍: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ସ୍ଲୋ ଓଭର୍-ରେଟ୍ ପାଇଁ ଭାରତୀୟ ଟିମ୍ ଉପରେ ମ୍ୟାଚ୍ ଫି'ର ୪୦ପ୍ରତିଶତ ଜୋରିମାନା ଲଗାଯାଇଛି। କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଶୁକ୍ରବାର ଚତୁର୍ଥ ମ୍ୟାଚରେ ନିର୍ଦ୍ଧାରିତ ସମୟ ଭିତରେ ଦୁଇ ଓଭର୍ କମ୍ ପକାଇଥିଲେ, ଯେଉଁକାରଣରୁ ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ ଏହି ଜୋରିମାନା ଲଗାଇଛନ୍ତି।
ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି ଯେ "ଭାରତୀୟ ଟିମ୍ ତା'ର ଖେଳାଳି ଏବଂ ସହଯୋଗୀ ଷ୍ଟାଫଙ୍କ ପାଇଁ ଆଚାର ସଂହିତା ଧାରା ୨.୨୨ର ଉଲ୍ଲଙ୍ଘନ କରିଛି, ଯାହା ଅନ୍ତର୍ଜାତୀୟ ମ୍ୟାଚରେ ଧିମା ଓଭର୍ ଗତିରେ ବୋଲିଂ କରିବା ସମ୍ବନ୍ଧିତ ଅଟେ। ଏଥିରେ ପ୍ରତି ଓଭର ପିଛା ଖେଳାଳିଙ୍କ ଉପରେ ମ୍ୟାଚ୍ ଫି'ର ୨୦ ପ୍ରତିଶତ ଜୋରିମାନା ଲଗାଯିବାର ବ୍ୟବସ୍ଥା ରହିଛି।"
ଫିଲ୍ଡ ଅମ୍ପାୟାର କ୍ରିସ୍ ବ୍ରାଉନ୍ ଓ ଶନ୍ ହେଗଙ୍କ ସହ ଆଶଲେ ମେହରୋତ୍ରା ଭାରତୀୟ ଟିମ୍ ଉପରେ ଏହି ଅଭିଯୋଗ ଲଗାଇଛନ୍ତି। କ୍ୟାପଟେନ୍ କୋହଲି ମଧ୍ୟ ଏହି ଜୋରିମାନାକୁ ସ୍ୱିକାର କରିଛନ୍ତି, ଯେଉଁକାରଣରୁ ଏହି ମାମଲାର ଔପଚାରିକ ଶୁଣାଣିର ଆଶବ୍ୟକତା ପଡ଼ିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।