ସୁଶ୍ରୀଙ୍କ କମାଲ‍୍, ଫାଇନାଲରେ ଇଣ୍ଡିଆ ଗ୍ରୀନ୍

ରାଞ୍ଚି: ଏଠାରେ ଚାଲିଥିବା ବିସିସିଆଇ ମହିଳା ଅଣ୍ଡର-୨୩ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲରେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍ ଅବତୀର୍ଣ୍ଣ ହୋଇଛନ୍ତି। ସୋମବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ତୃତୀୟ ତଥା ଅନ୍ତିମ ଲିଗ୍ ମୁକାବିଲାରେ ଇଣ୍ଡିଆ ଗ୍ରୀନ୍ ୯୫ ରନରେ ଇଣ୍ଡିଆ ରେଡକୁ ପରାସ୍ତ କରିଛି। ଇଣ୍ଡିଆ ଗ୍ରୀନ୍ ବିଜୟରେ କ୍ୟାପଟେନ୍ ତଥା ଓଡ଼ିଶା ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସେ ମାତ୍ର ୧୩ ରନ୍ ଦେଇ ୩ ୱିକେଟ୍ ହାସଲ କରିଛନ୍ତି। […]

sushree

sushree

Hemant Lenka
  • Published: Monday, 22 April 2019
  • Updated: 22 April 2019, 05:22 PM IST

Sports

Latest News

ରାଞ୍ଚି: ଏଠାରେ ଚାଲିଥିବା ବିସିସିଆଇ ମହିଳା ଅଣ୍ଡର-୨୩ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲରେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍ ଅବତୀର୍ଣ୍ଣ ହୋଇଛନ୍ତି। ସୋମବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ତୃତୀୟ ତଥା ଅନ୍ତିମ ଲିଗ୍ ମୁକାବିଲାରେ ଇଣ୍ଡିଆ ଗ୍ରୀନ୍ ୯୫ ରନରେ ଇଣ୍ଡିଆ ରେଡକୁ ପରାସ୍ତ କରିଛି।

ଇଣ୍ଡିଆ ଗ୍ରୀନ୍ ବିଜୟରେ କ୍ୟାପଟେନ୍ ତଥା ଓଡ଼ିଶା ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସେ ମାତ୍ର ୧୩ ରନ୍ ଦେଇ ୩ ୱିକେଟ୍ ହାସଲ କରିଛନ୍ତି। ଏହି ମ୍ୟାଚରେ ଇଣ୍ଡିଆ ଗ୍ରୀନ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୧୯୫ ରନ କରିଥିଲା।

ଦଳ ପକ୍ଷରୁ ପ୍ରିୟା ପୁନିଆ ସର୍ବାଧିକ ୫୨, ଏସ୍. ସିନ୍ଦେ ୩୯, ଏସ୍ ଅନୁଶା ୩୨, ଦ୍ରିଶ୍ୟା ୨୪ ଓ ଅଞ୍ଜଳି ସାର୍ବନୀ ଅପରାଜିତ ୨୫ ରନ୍ କରିଥିଲେ। ଇଣ୍ଡିଆ ରେଡ୍ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ୩ଟି ଓ ଝାନସୀ ଲକ୍ଷ୍ମୀ ୨ଟି ୱିକେଟ୍ ନେଇଥିଲେ। ଜବାବରେ ଇଣ୍ଡିଆ ରେଡ୍ ୩୧.୪ ଓଭରରେ ମାତ୍ର ୧୦୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

ଦଳ ପକ୍ଷରୁ ଆର. କଳ୍ପନା ସର୍ବାଧିକ ୨୫ ରନ୍ କରିଥିଲେ। ଇଣ୍ଡିଆ ଗ୍ରୀନ୍ ଅଞ୍ଜଳି ୨ଟି ୱିକେଟ୍ ହାସଲ କରିଥିଲେ। ଏହା ପୂର୍ବରୁ ଇଣ୍ଡିଆ ଗ୍ରୀନ୍ ତା'ର ପ୍ରଥମ ମ୍ୟାଚରେ ଇଣ୍ଡିଆ ବ୍ଲୁ ନିକଟରୁ ୪ ୱିକେଟରେ ହାରିଥିଲା। ସେହିପରି ଇଣ୍ଡିଆ ରେଡ୍ ପ୍ରଥମ ମ୍ୟାଚରେ ଇଣ୍ଡିଆ ବ୍ଲୁ ଠାରୁ ୩ ୱିକେଟରେ ପରାସ୍ତ ହୋଇଥିଲା। ବୁଧବାର ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍ ମଧ୍ୟରେ ଫାଇନାଲ୍ ମୁକାବିଲା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos