ଭାରତ ବିପକ୍ଷ ଟେଷ୍ଟ ପୂର୍ବରୁ ଫିଟ୍‌ ହେବାକୁ ଇମରୁଲଙ୍କ ଉଦ୍ୟମ

ଢାକା: ଫେବୃଆରୀ ୯ ତାରିଖରେ ହେବାକୁ ଥିବା ଭାରତ ବିପକ୍ଷ ଏକମାତ୍ର ଟେଷ୍ଟରେ ସାମିଲ ହେବାକୁ ବାଂଲାଦେଶର ଓପ୍ନର ବ୍ୟାଟ୍ସମ୍ୟାନ ଇମରୁଲ କାୟେସ କଠିନ ପରିଶ୍ରମ କରୁଛନ୍ତି। ରବିବାର ମଣିପୁର ଜାତୀୟ କ୍ରିକେଟ୍‌ ଏକାଡେମିରେ ସେ ଦୀର୍ଘ ସମୟ ସାଇକ୍ଲିଂ କରିବା ସହ ଯୋଗ କରିଥିଲେ। ସେ କହିଛନ୍ତି,“ଭାରତ ବିପକ୍ଷ ଟେଷ୍ଟ ଦଳରେ ସାମିଲ ହେବାକୁ କଠିନ ପରିଶ୍ରମ କରୁଛି। ଅଭ୍ୟାସ ବେଳେ ଆଉ ଯନ୍ତ୍ରଣା ହେଉନାହିଁ। ଟେଷ୍ଟ ମ୍ୟାଚ୍‌କୁ କିଛି ଦିନ ବାକି ଥିବାରୁ ମୁଁ […]

kayes

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 05:24 PM IST

ଢାକା: ଫେବୃଆରୀ ୯ ତାରିଖରେ ହେବାକୁ ଥିବା ଭାରତ ବିପକ୍ଷ ଏକମାତ୍ର ଟେଷ୍ଟରେ ସାମିଲ ହେବାକୁ ବାଂଲାଦେଶର ଓପ୍ନର ବ୍ୟାଟ୍ସମ୍ୟାନ ଇମରୁଲ କାୟେସ କଠିନ ପରିଶ୍ରମ କରୁଛନ୍ତି। ରବିବାର ମଣିପୁର ଜାତୀୟ କ୍ରିକେଟ୍‌ ଏକାଡେମିରେ ସେ ଦୀର୍ଘ ସମୟ ସାଇକ୍ଲିଂ କରିବା ସହ ଯୋଗ କରିଥିଲେ।

ସେ କହିଛନ୍ତି,“ଭାରତ ବିପକ୍ଷ ଟେଷ୍ଟ ଦଳରେ ସାମିଲ ହେବାକୁ କଠିନ ପରିଶ୍ରମ କରୁଛି। ଅଭ୍ୟାସ ବେଳେ ଆଉ ଯନ୍ତ୍ରଣା ହେଉନାହିଁ। ଟେଷ୍ଟ ମ୍ୟାଚ୍‌କୁ କିଛି ଦିନ ବାକି ଥିବାରୁ ମୁଁ ଫିଟ୍‌ ହୋଇଯିବି ବୋଲି ଆଶା ରଖିଛି।”

ମଙ୍ଗଳବାର ଇମରୁଲ ଫିଟ୍‌ନେସ୍‌ ଟେଷ୍ଟ ଦେବେ।

ନ୍ୟୁଜଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ରନ୍‌ ନେବା ବେଳେ ଇମରୁଲ ଆହତ ହୋଇଥିଲେ।

Related story