ଭାରତ ପଞ୍ଝାରୁ ଖସୁଛି ଲର୍ଡସ୍‌ ଟେଷ୍ଟ୍‌, ଦୃଢ଼ ସ୍ଥିତିରେ ଇଂଲଣ୍ଡ

ଲଣ୍ଡନ୍‌: ଦୁଇ ଦିନ ପରେ ବଦଳି ଯାଇଛି ପାଗ। ଆଉ ପାଗ ବଦଳିବା ସହ ଐତିହାସିକ ଲର୍ଡସ୍‌ ଗ୍ରାଉଣ୍ଡ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଟେଷ୍ଟ୍‌ ସିରିଜ୍‌ରେ କମ୍‌ବ୍ୟାକ୍‌ର ଆଶା ବି ମଉଳିବାରେ ଲାଗିଛି। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର୍‌ ତୃତୀୟ ଦିନ ଶେଷ ଖବର ସୁଦ୍ଧା ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୫ ୱିକେଟ୍‌ ହରାଇ ୨୭୮ ରନ୍‌ କରିବା ସହ ୧୭୧ ରନ୍‌ରେ ଆଗୁଆ ରହିଛି। ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଜନ୍ନି ବେୟାରଷ୍ଟୋଙ୍କ ସହ ଅଲରାଉଣ୍ଡର […]

TELEMMGLPICT000171473140_trans_NvBQzQNjv4BqBqQpMmcJbyOsM10vwHMrJtSr6rKUTtEBowPHKaDJ1ts

Ordigital Desk
  • Published: Saturday, 11 August 2018
  • , Updated: 12 August 2018, 12:14 AM IST

ଲଣ୍ଡନ୍‌: ଦୁଇ ଦିନ ପରେ ବଦଳି ଯାଇଛି ପାଗ। ଆଉ ପାଗ ବଦଳିବା ସହ ଐତିହାସିକ ଲର୍ଡସ୍‌ ଗ୍ରାଉଣ୍ଡ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଟେଷ୍ଟ୍‌ ସିରିଜ୍‌ରେ କମ୍‌ବ୍ୟାକ୍‌ର ଆଶା ବି ମଉଳିବାରେ ଲାଗିଛି।

ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର୍‌ ତୃତୀୟ ଦିନ ଶେଷ ଖବର ସୁଦ୍ଧା ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୫ ୱିକେଟ୍‌ ହରାଇ ୨୭୮ ରନ୍‌ କରିବା ସହ ୧୭୧ ରନ୍‌ରେ ଆଗୁଆ ରହିଛି। ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଜନ୍ନି ବେୟାରଷ୍ଟୋଙ୍କ ସହ ଅଲରାଉଣ୍ଡର କ୍ରିସ୍‌ ୱକ୍ସ ୬ଷ୍ଠ ୱିକେଟ୍‌ ପାଇଁ ଶତକୀୟ ଭାଗିଦାରୀ କରି ଭାରତୀୟଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି।

ଶେଷ ଖବର ସୁଦ୍ଧା ବେୟାରଷ୍ଟୋ ୮୦ ରନ୍‌ ଓ ୱକ୍ସ ୮୫ ରନ୍‌ କରି ଅପରାଜିତ ରହିଛନ୍ତି।

ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ୍‌ ବଡ଼ଧରଣର ଅଗ୍ରଣୀ ନେଲେ ବିରାଟ୍‌ ବାହିନୀ ପାଇଁ ମ୍ୟାଚ୍‌ ବଞ୍ଚାଇବା କଷ୍ଟକର ହୋଇପଡ଼ିବ।

ଭାରତର ପ୍ରଥମ ଇନିଂସ୍‌ ସ୍କୋର୍‌ ୧୦୭ ରନ୍‌ ଜବାବ୍‌ରେ ଆଜି ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଂଲଣ୍ଡକୁ ଏକ ଇନ୍‌ ସୁଇଂ ଜରିଆରେ ପ୍ରଥମ ଝଟ୍‌କା ଦେଇଥିଲେ ଭାରତୀୟ ସ୍ପଡ୍‌ଷ୍ଟାର୍‌ ମହମ୍ମଦ ସାମି।

କିନ୍ତୁ  ୫ମ ୱିକେଟ୍‌ ପାଇଁ ବେୟାରଷ୍ଟୋ ଓ ବଟଲର୍‌ ଦ୍ରୁତ ୪୨ ରନ୍‌ ଯୋଡ଼ି ଇଂଲଣ୍ଡକୁ ଏକ ବଡ଼ ଅଗ୍ରଣୀ ଆଡ଼କୁ ନେଇଥିଲେ। ତେବେ ବଟଲର୍‌ଙ୍କୁ ପ୍ୟାଭିଲିୟନ୍‌ର ରାସ୍ତା ଦେଖାଥିଲେ ସାମି।

କିନ୍ତୁ ଏହାପରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ବଦଳରେ ଦଳକୁ ଫେରିଥିବା କ୍ରିସ୍‌ ୱକ୍ସ ଅର୍ଦ୍ଧଶତକ ହାସଲ କରିବା ଥିଲା ଇଂଲିଶ ପ୍ରଥମ ଇନିଂସର ପ୍ରମୁଖ ଘଟଣା। ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍‌ ଦଖଲ କରିଛନ୍ତି।

Related story